' କଳା ବର ବାହା ହେବିନି ' କହି ବେଦୀରୁ ଉଠିଲେ କନିଆ
କଳା ବର ମୁଁ ବିବାହ କରି ପାରିବି ନାହିଁ କହିଲେ କନ୍ୟା , ଭାଙ୍ଗିଲେ ବାହାଘର। ଏଭଳି ଏକ ଅଜବ ଘଟଣା ଘଟିଛି ଉତ୍ତରପ୍ରଦେଶ ଇଟୱାର ଭରଥାନା ଅଞ୍ଚଳରେ।
ଲକ୍ଷ୍ନୌ: ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାହାଘର ରେ ସାମିଲ ହୋଇଥିଲେ ଉଭୟ ବର ଓ କନ୍ୟା ପକ୍ଷର ବନ୍ଧୁ ବାନ୍ଧବ। ବରମାଳ ଦୁହେଁ ଦୁହିଁଙ୍କୁ ପିନ୍ଧେଇବା ପରେ , ଦୁଇ ଥର ଫେରା ମଧ୍ୟ ନେଲେ। କିନ୍ତୁ ହଠାତ୍ କନ୍ୟା ବାହାଘର ବନ୍ଦ କରିବା ପାଇଁ ଜିଦ୍ ଧରି ବସିଲେ। ଆଉ ମଣ୍ଡପ ଛାଡ଼ି ଅନ୍ୟ ସ୍ଥାନକୁ ଚାଲି ଗଲେ । କାରଣ ପଚାରିବାରୁ ,କହିଲେ ବର ବହୁତ୍ କଳା ମୁଁ ବିବାହ କରି ପାରିବି ନାହିଁ। ଏଭଳି ଏକ ଅଜବ ଘଟଣା ଘଟିଛି ଉତ୍ତରପ୍ରଦେଶ ଇଟୱାର ଭରଥାନା ଅଞ୍ଚଳରେ।

ନୀତା ଯାଦବ ନାମକ ଜଣେ ଯୁବତୀଙ୍କ ସହ ରବି ଯାଦବଙ୍କର ବିବାହ ହେଉଥିଲା। କିନ୍ତୁ ହଠାତ୍ ନିତା ବିବାହ ବନ୍ଦ କରିବା ପାଇଁ କହିଲେ । ନୀତା ଙ୍କର ଏଭଳି ଅଜବ ଜିଦ୍ ଦେଖି ପରିବାର ଲୋକ ପ୍ରାୟ ୬ ଘଣ୍ଟା ଧରି ତାଙ୍କୁ ବୁଝାସୁଝା କରିଥିଲେ। ହେଲେ କିଛି ଲାଭ ହେଲାନି। ଶେଷରେ ଶିଶୁପାଳ ହୋଇ ନିଜ ବରଯାତ୍ରୀ ସହ ଫେରି ଗଲେ ରବି।
ରବିଙ୍କ କହିବା ଅନୁସାରେ , "ବିବାହ ପୂର୍ବରୁ ନୀତା ଏବଂ ତାଙ୍କ ପରିବାରଙ୍କୁ ସେ ଅନେକ ଥର ଦେଖା ହୋଇଛନ୍ତି। ହେଲେ ହଠାତ୍ ସେ ଏପରି କାହିଁକି ନିଷ୍ପତ୍ତି ପରିବର୍ତ୍ତନ କଲେ, କିଛି ବୁଝି ହେଲାନି। ଏପରି ବ୍ୟବହାର ମତେ ଖୁବ୍ ଆଘାତ ଦେଇଚି । " ତେବେ ଅନ୍ୟପଟେ ରବି ଙ୍କ ପିତା ନୀତାଙ୍କ ପାରିବାର ନାମରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ନୀତାଙ୍କୁ କିଛି ସୁନା ଅଳଙ୍କାର ଉପହାର ଦିଆ ଯାଇଥିଲା। ଏବେ ପର୍ଯ୍ୟନ୍ତ ସେସବୁ ଜିନିଷ ତାଙ୍କୁ ମିଳିନାହିଁ।
ଏପଟେ ନୀତାଙ୍କ କହିବା ଅନୁସାରେ , ବିବାହ ପୂର୍ବରୁ ଅନ୍ୟ ଜଣେ ପୁଅ ଦେଖା ଯାଇଥିଲା ,ଆଉ ବିବାହ କରିବାକୁ ଆଉ ଜଣେ ଆସିଥିବା କହିଛନ୍ତି।












Click it and Unblock the Notifications