ଖୋଲିଲା ମଡେଲ 'Divya Pahuja'ଙ୍କ ମୃତ୍ୟୁ ରହସ୍ୟ, ଏପରି ହୋଇଥିଲା ହତ୍ୟା
Crime News: ମୃତ୍ୟୁର 11 ଦିନ ପରେ ହରିୟାଣାର ଏକ କେନାଲରୁ ମଡେଲ ଦିବ୍ୟା ପହୁଜାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ପୋଷ୍ଟମର୍ଟମ ପାଇଁ ହିସାରର ଅଗ୍ରୋହା ମେଡିକାଲ କଲେଜକୁ ପଠାଯାଇଥିଲା। ପୋଷ୍ଟ ମର୍ଟମ ରିପୋର୍ଟରେ ଆସିବା ପରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି । ଦିବ୍ୟା ପାହୁଜାଙ୍କ ମୁଣ୍ତରୁ ଏକ ଗୁଳି ବାହାରିଛି ।
ପୋଷ୍ଟମର୍ଟମ ସମୟରେ ମଡେଲଙ୍କର ଆଖି ନିକଟରେ ବୁଲେଟ୍ ଖଣ୍ଡ ମିଳିଛି । ଶରୀରରେ ଅନେକ ଆଘାତ ଚିହ୍ନ ମଧ୍ୟ ରହିଛି । ହରିୟାଣାକ ହିସାର ସ୍ଥିତ ଆଗ୍ରୋହା ମୋଡିକାଲ କଲେଜର ଡକ୍ଟର ମୋହଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ୨ ମହିଳା ଡାକ୍ତରଙ୍କ ସମେତ ୪ ଜଣ ଡାକ୍ତର ଦିବ୍ୟାଙ୍କ ପୋଷ୍ଟମର୍ଟମ କରିଥିଲେ । ତେବେ ଅତି ନିକଟରୁ ତାଙ୍କୁ ଗୁଳି କରାଯାଇଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି ।

ପୋଷ୍ଟମର୍ଟମ ପରେ ଶବକୁ ଦିବ୍ୟାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଗୁରୁଗ୍ରାମର ମଦନପୁରୀରେ ବିଳମ୍ବିତ ରାତିରେ ମଡେଲଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ସେପଟେ ପୋଷ୍ଟମର୍ଟମ ପରେ ବିସ୍ରା ରିପୋର୍ଟକୁ ସୁରକ୍ଷିତ ରଖାଯାଇଛି। ଏହାର ଯାଞ୍ଚ ପାଇଁ ମଧୁବନ ଲ୍ୟାବକୁ ପଠାଯାଇଛି ।
ସୂଚନାଥାଉ ଯେ, ଜାନୁଆରୀ ୨୭ରେ ଗୁରୁଗ୍ରାମ ମଡେଲ ତଥା ଗ୍ୟାଙ୍ଗଷ୍ଟର ସନ୍ଦୀପ ଗଡୋଲିଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ୨୭ ବର୍ଷୀୟ ଦିବ୍ୟା ପାହୁଜାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗୁରୁଗ୍ରାମ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ହତ୍ୟାକାଣ୍ଡର ୧୧ ଦିନ ପରେ ଶନିବାର ଦିନ ମଡେଲ ଦିବ୍ୟାଙ୍କ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଛି ।
ଫତେହାବାଦର ତୋହାନା ନିକଟ କେନାଲରୁ ଏନଡିଆରଏଫ ଟିମ୍ ସହାୟତାରେ ଦିବ୍ୟାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଦେହର ଅବସ୍ଥା ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଉଦ୍ଧାର ସମୟରେ ମୃତ୍ୟ ଦେହଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି । PRO ଗୁରୁଗ୍ରାମ ପୋଲିସ ସୁଭାଷ ବୋକେନଙ୍କ ଅନୁସାରେ ମଡେଲ୍ ଦିବ୍ୟା ପାହୁଜାଙ୍କ ମୃତଦେହ ଏକ କେନାଲରୁ ଉଦ୍ଧାର କରାଯାଇଥିଲା ।












Click it and Unblock the Notifications