ଦିଲ୍ଲୀରେ ଆଉ ଗୋଟିଏ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ଦେଶରେ ବଢିବାରେ ଲାଗିଛି ମଙ୍କିପକ୍ସ ମାମଲା । ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ଆଉ ଜଣେ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 22 ବର୍ଷୀୟା ଆଫ୍ରିକୀୟ ମହିଳା ପଞ୍ଚମ ମଙ୍କିପକ୍ସ ଆକ୍ରାନ୍ତ ବୋଲି ଜଣାପଡିଛି ।
ନୂଆଦିଲ୍ଲୀ: ଦେଶରେ ବଢିବାରେ ଲାଗିଛି ମଙ୍କିପକ୍ସ ମାମଲା । ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ଆଉ ଜଣେ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 22 ବର୍ଷୀୟା ଆଫ୍ରିକୀୟ ମହିଳା ପଞ୍ଚମ ମଙ୍କିପକ୍ସ ଆକ୍ରାନ୍ତ ବୋଲି ଜଣାପଡିଛି । ମହିଳା ଜଣକ ଏକ ମାସ ପୂର୍ବରୁ ନାଇଜେରିଆ ଯାତ୍ରା କରିଥିଲେ। ଦୁଇ ଦିନ ପୂର୍ବରୁ ତାଙ୍କୁ ଏଲଏନଜେପି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଶୁକ୍ରବାର ରାତିରେ ତାଙ୍କ ରିପୋର୍ଟ ସାମ୍ନାକୁ ଆସିଥିଲା, ଯାହା ନିଶ୍ଚିତ କରିଥିଲା ଯେ ସେ ମଙ୍କିପକ୍ସ ପଜିଟିଭ ।

ସଂକ୍ରମଣରେ ଆକ୍ରାନ୍ତ ହେବାରେ ସେ ରାଜଧାନୀର ଦ୍ୱିତୀୟ ମହିଳା । ଦୁଇ ଜଣ ମହିଳାଙ୍କ ସମେତ ଚାରି ଜଣ ବର୍ତ୍ତମାନ ସୁଦ୍ଧା ମଙ୍କିପକ୍ସ ଆକ୍ରାନ୍ତ ହୋଇ ସାରିଛନ୍ତି । ପୂର୍ବରୁ ଦୁଇ ଆକ୍ରାନ୍ତ ଏଲଏନଜେପି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଜଣେ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇସାରିଛନ୍ତି ।
ମଙ୍କିପକ୍ସକୁ ସ୍ବାସ୍ଥ୍ୟ ଏମରଜେନ୍ସି ଭାବେ ଘୋଷଣା କରାଯାଇଛି । ଏହା ଏକ ଭାଇରାଲ ଇନଫେକ୍ସନ । ଯାହା ମାଙ୍କଡ଼ ମାନଙ୍କ ଦେହରୁ ଆସିଥାଏ । ପରେ ମଣିଷରୁ ମଣିଷଙ୍କୁ ବ୍ୟାପିଥାଏ। ପ୍ରଥମେ ଜ୍ୱର ହେବା, ଶରୀରର ଗ୍ରନ୍ଥି ଫୁଲିଯିବା, ଦେହସାରା ଫୋଟକା ହୋଇଯିବା ଭଳି ଲକ୍ଷଣ ଦେଖାଯାଏ । କିନ୍ତୁ ଅନେକ ସମୟରେ ଏହା ଜଟିଳ ରୂପ ଧାରଣ ମଧ୍ୟ କରିଥାଏ । ଯେଉଁଥିରେ କି ରକ୍ତ ସଂକ୍ରମଣ, ମସ୍ତିଷ୍କ ସଂକ୍ରମଣ ଓ ଫୁସଫୁସ୍ ସଂକ୍ରମଣ ମଧ୍ୟ ହୋଇଥାଏ । ନିରାକରଣ ପାଇଁ ମଙ୍କିପକ୍ସ ଲକ୍ଷଣ ଦେଖାଦେଲେ ରୋଗୀ ସମ୍ପୂର୍ଣ୍ଣ ଅଲଗା ରହିବେ ।
ଏହି ରୋଗରେ ଆକ୍ରାନ୍ତ ହେଲେ ହାତ ସଫା ରଖିବେ, ସାଧାରଣ ଲୋକଙ୍କ ଠାରୁ ଦୂରତା ଅବଲମ୍ବନ କରିବେ, ରୋଗୀର ବିଛଣାକୁ ମଧ୍ୟ ଭଲ ଭାବରେ ପରିଷ୍କାର ରଖିବା ଉଚିତ୍ । ତେବେ କୌଣସି ପ୍ରକାର ଔଷଧ ନେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି କହିଛନ୍ତି ଚର୍ମ ରୋଗ ବିଶେଷଜ୍ଞ । ଏଥିରେ ଆକ୍ରାନ୍ତ ହେଲେ ସଂପୂର୍ଣ୍ଣ ସୁସ୍ଥ କରିବା ନେଇ କୌଣସି ଔଷଧ ପ୍ରସ୍ତୁତ କରାଯାଇ ନାହିଁ ।












Click it and Unblock the Notifications