ନୂଆଦିଲ୍ଲୀରେ ଥିବା ଆଫଗାନିସ୍ଥାନ ଦୂତାବାସ ସ୍ଥାୟୀ ଭାବେ ବନ୍ଦ

ନୂଆଦିଲ୍ଲୀ: ଅଫାଗାନିସ୍ଥାନ ନୂଆଦିଲ୍ଲୀରେ ଥିବା ନିଜ ଦୂତାବାସକୁ ସ୍ଥାୟୀ ଭାବେ ବନ୍ଦ କରିବାର ନିଷ୍ପତ୍ତି ନେଇଛି । ଏନେଇ ଆଫଗାନିସ୍ତାନ ଦୂତାବାସ ଏକ ପ୍ରେସ ବିଜ୍ଞପ୍ତି ଜାରି ସୂଚନା ଦେଇଛି । ତାଲିବାନ ନିୟନ୍ତ୍ରଣ କରିବା ପୂର୍ବରୁ ଆଶ୍ରମ ଗନି ସରକାରଙ୍କ ଦ୍ୱାରା ଏହି ଆଫଗାନିସ୍ତାନ ଦୂତାବାସ ପ୍ରତିଷ୍ଠା କରାଯାଇଥିଲା, ଯାହା ତାଲିବାନ ଶାସନ ଦ୍ୱାରା ଅନୁମୋଦିତ ହୋଇନଥିଲା। ତେଣୁ ବର୍ତ୍ତମାନ ଆଫଗାନିସ୍ତାନ ଦୂତାବାସ ଆନୁଷ୍ଠାନିକ ଭାବେ ବନ୍ଦ ହୋଇଯାଇଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ତାଲିବାନକୁ ନୂଆଦିଲ୍ଲୀରେ ଦୂତାବାସ ଖୋଲିବାକୁ ଭାରତ ଅନୁମତି ଦେବ କି?

Afghan Embassy India Close

ତାଲିବାନ ଶାସନ ନୂଆଦିଲ୍ଲୀରେ କୂଟନୈତିକ ପ୍ରତିନିଧିତ୍ୱ ଉପରେ ନଜର ରଖିଛି। ତାଲିବାନ ଶାସନ ଦୀର୍ଘ ଦିନ ଧରି ଭାରତ ସରକାରଙ୍କୁ ନିଜ କୂଟନୀତିଜ୍ଞଙ୍କୁ ନୂଆଦିଲ୍ଲୀ ଗସ୍ତ କରିବାକୁ ଅନୁମତି ମାଗିଆସୁଛି । ଚଳିତ ବର୍ଷ ଫେବୃଆରୀରେ ଦି ପ୍ରିଣ୍ଟରେ ପ୍ରକାଶିତ ଏକ ଖବର ଅନୁସାରେ, ତାଲିବାନ ଶାସନ ଭାରତ ରାଜଧାନୀରେ ନିଜର ରାଷ୍ଟ୍ରଦୂତ ପୋଷ୍ଟ କରିବାକୁ ଅନୁମତି ଦେବାକୁ ଚାପ ପକାଇ ଆସୁଛି । ଜୁଲାଇ 2022ରେ ତାଲିବାନ ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗ ଉଠାଇଥିଲା ଯେତେବେଳେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏକ ଟିମ୍ କାବୁଲ ପରିଦର୍ଶନ କରିଥିଲେ।

ତେବେ ନୂଆଦିଲ୍ଲୀରେ ଏହାର କୂଟନୈତିକ ମିଶନ ବନ୍ଦ କରିବାକୁ ନେଇ ଆଫଗାନିସ୍ତାନ ଏକ ବିବୃତ୍ତି ସୂଚନା ଜାରି କରି କହିଛି ଯେ, ଭାରତ ସରକାରଙ୍କ ତରଫରୁ ଆସୁଥିବା କ୍ରମାଗତ ନିର୍ଦ୍ଦେଶ ପାଇଁ ଆମେ ୨୩ ନଭେମ୍ବର ୨୦୨୩ରୁ ନିଜ ଦୂତାବାସକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛୁ । କିଛି ଲୋକ ଏହାକୁ ଆଭ୍ୟନ୍ତରୀଣ ବିବାଦ ବୋଲି ମଧ୍ୟ ଦାବି କରୁଛନ୍ତି । ସେହିପରି ଆଫଗାନିସ୍ତାନ ଦୂତାବାସ ଆହୁରି କହିଛି ଯେ,
ସୀମିତ ସମ୍ବଳ ସତ୍ୱେ କାବୁଲରେ ଏକ ବୈଧ ସରକାରର ଉନୁପସ୍ଥିତିରେ ଭାରତରେ ଆମର ନାଗରିକଙ୍କ ଉନ୍ନତି ପାଇଁ ଆମେ ଅହେକୁକ ଉଦ୍ୟମ କରିଥିଲୁ ।ଭାରତରେ ଆମର ମିଶନ କାଳରେ ଆଫଗାନିସ୍ତାନ ନାଗରିକମାନଙ୍କୁ ସେମାନଙ୍କର ବୁଝାମଣା ଏବଂ ସନର୍ଥନ ପାଇଁ ଏହା କୃତଜ୍ଞତା ଜଣାଉଛୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+