ଏହି କାରଣରୁ ଭାରତରେ ନିଜ ଦୂତାବାସ ବନ୍ଦ କଲା ଆଫଗାନିସ୍ତାନ
ନୂଆଦିଲ୍ଲୀ: ଭାରତରେ ନିଜ ଦୂତବାସ ବନ୍ଦ କଲା ଆଫଗାନିସ୍ତାନ । ଦିଲ୍ଲୀ ସ୍ଥିତ ଦୂତବାସ ବନ୍ଦ ନେଇ ଘୋଷଣା କଲା ଆଫଗାନିସ୍ତାନ । ବନ୍ଦ ପାଇଁ ୨ଟି ପ୍ରମୁଖ କାରଣ ଦର୍ଶାଇଛି ଦୂତାବାସ । ତେବେ ବନ୍ଦ ହେବାରେ ମୁଖ୍ୟକାରଣ ହେଉଛି ତାଲିବାନୀ ଶାସନ । ତାଲିବାନୀ ଶାସନକୁ ଅବୈଧ ସରକରା କହି ସମାଲୋଚନା କରାଯାଇଛି । ସେହିପରି ଭାରତ ସରକରାଙ୍କ ତରଫରୁ ଯଥେଷ୍ଟ ସମର୍ଥ ମିଳି ନଥିବା ମଧ୍ୟ କହିଛି ଆଫଗାନିସ୍ତାନ ।

ପୂର୍ବରୁ ୨୦୨୧ରେ ଭାରତ ମଧ୍ୟ ଆଫଗାନିସ୍ତାନରେ ନିଜ ଦୂତାବାସ ବନ୍ଦ କରିଥିଲା । ଏହି ବନ୍ଦ ନିଷ୍ପତ୍ତିକୁ ଅତ୍ୟନ୍ତ ଦୁଃଖଦ ଓ ନିରାଶଜନକ ବୋଲି କହିଛି ଆଫଗାନିସ୍ତାନ ।












Click it and Unblock the Notifications