ଲାଟେରାଲ୍ ପ୍ରବେଶ ମାଧ୍ୟମରେ ନିଯୁକ୍ତି ବିଜ୍ଞାପନ ହେଲା ବାତିଲ୍ !
Lateral Entry Recruitment Cancellation: ଲାଟେରାଲ୍ ଏଣ୍ଟ୍ରୀ ଉପରେ ଲାଗିଲା ରୋକ୍ ! ଲାଟେରାଲ୍ ଏଣ୍ଟ୍ରି ମାଧ୍ୟମରେ ନିଯୁକ୍ତି ପାଇଁ ବିଜ୍ଞାପନ ବାତିଲ କରିବାକୁ କେନ୍ଦ୍ର ସରକାର ଯାଉଛନ୍ତି। Lateral Entryକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏହି ମାମଲାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ 'କେନ୍ଦ୍ର ଜନସେବା ଆୟୋଗ' (ୟୁପିଏସସି) କୁ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ଲାଟେରାଲ ଏଣ୍ଟ୍ରି ମାଧ୍ୟମରେ ନିଯୁକ୍ତି ବିଜ୍ଞାପନ ବାତିଲ କରିବାକୁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବା ପରେ ଜିତେନ୍ଦ୍ର ସିଂ ଏହି ଚିଠି ଲେଖିଥିବା ନେଇ ସୂଚନା ରହିଛି ।

ଜିତେନ୍ଦ୍ର ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିର କରିଛନ୍ତି ଯେ ସମ୍ବିଧାନରେ ଦିଆଯାଇଥିବା ସମାନତା ଅଧିକାର ଅଧୀନରେ ଲାଟେରାଲ ଏଣ୍ଟ୍ରୀ ନିଯୁକ୍ତି ମଧ୍ୟ କରାଯିବା ଉଚିତ । ଖାସ କରି ଦେଶରେ ସଂରକ୍ଷଣ ସହ କୌଣସି ଟ୍ୟାମ୍ପରିଂ ହେବା ଉଚିତ ନୁହେଁ । ତେବେ ଲାଟେରାଲ ଏଣ୍ଟ୍ରୀରେ ସଂରକ୍ଷଣ ଆଣିବା ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ବିଚାର କରୁଛନ୍ତି । ତେବେ ଲାଟେରାଲ ଏଣ୍ଟ୍ରୀରେ OBC,SC,ST ପାଇଁ ସଂରକ୍ଷଣ ଅଣାଯିବାର ସମ୍ଭାବନା ରହିଛି ।
ୟୁପିଏସସି ଶନିବାର ଅର୍ଥାତ୍ 17ରେ ଏକ ବିଜ୍ଞାପନ ଜାରି କରିଥିଲେ । ଯେଉଁଥିରେ 24ଟି ମନ୍ତ୍ରଣାଳୟରେ 45 ପଦ ପାଇଁ ନିଯୁକ୍ତି ଲାଟେରାଲ ଏଣ୍ଟ୍ରି ମାଧ୍ୟମରେ ପୂରଣ କରାଯିବା ନେଇ ବିଜ୍ଞାପନ ଦିଆଯାଇଥିଲା । ଯାହା ପରେ ସୃଷ୍ଟି ହୋଇଥିଲା ରାଜନୈତୀକ ବିବାଦ । ସରକାରଙ୍କୁ ବିରୋଧୀ ସମାଲୋଚନା କରିଥିଲେ । ଏପରିକି ଶାସକ ଦଳର ଅନେକ ନେତା ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରି ନଥିଲେ ଯାହା ପରେ ସରକାର ଏହି ବିଜ୍ଞପ୍ତି ଉପରେ ରୋକ୍ ଲଗାଇବାର ନିଷ୍ପତ୍ତି ନେଇଛନ୍ତି ।












Click it and Unblock the Notifications