୨୦୨୪ ନିର୍ବାଚନରେ ଏମିତି ଟଙ୍କା ବ୍ୟୟ କରିଛି ବିଜେପି ଓ କଂଗ୍ରେସ ?

୨୦୨୪ ଲୋକ ସଭା ନିର୍ବାଚନ ଏବଂ ଏକସଙ୍ଗେ ହୋଇଥିବା ବିଧାନସଭା ନିର୍ବାଚନଗୁଡ଼ିକରେ ବିଜେପି ପାଖାପାଖି ୧,୪୯୪ କୋଟି ଟଙ୍କା ବ୍ୟୟ କରିଛି, ଯାହାକି ମୋଟ ନିର୍ବାଚନ ବ୍ୟୟର ୪୪.୫୬ ପ୍ରତିଶତ।

ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ପକ୍ଷରୁ ଶୁକ୍ରବାର ପ୍ରକାଶିତ ରିପୋଟରୁ ଏହା ଜଣାପଡ଼ିଛି। ୬୨୦ କୋଟି ଟଙ୍କା ବ୍ୟୟ ସହ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି। କଂଗ୍ରେସର ବ୍ୟୟ ମୋଟ ନିର୍ବାଚନୀ ବ୍ୟୟର ୧୮.୫ ପ୍ରତିଶତ। ମୋଟ ୩୨ଟି ଜାତୀୟ ଓ ଆଞ୍ଚଳିକ ଦଳର ନିର୍ବାଚନୀ ବ୍ୟୟକୁ ବିଶ୍ଲେଷଣ କରାଯାଇଥିବା ଏଡିଆର୍‌ କହିଛି।

BJP and Congress spend this much money

୨୦୨୪ରେ ଲୋକ ସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ ଓ ସିକିମ୍‌ ବିଧାନସଭା ନିର୍ବାଚନ ମାର୍ଚ୍ଚ ୧୬ରୁ ଜୁନ୍‌ ୬ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ସବୁ ଦଳର ମୋଟ ବ୍ୟୟ ପରିମାଣ ୩,୩୫୨.୮୧ କୋଟି ଟଙ୍କା ଥିଲା। ସେଥିରୁ ଜାତୀୟ ଦଳଗୁଡ଼ିକର ବ୍ୟୟ ୨,୨୦୪ କୋଟି ଟଙ୍କା, ଯାହାକି ମୋଟ ବ୍ୟୟର ୬୫.୭୫ ପ୍ରତିଶତ। ଅନ୍ୟପକ୍ଷରେ ଜାତୀୟ ଦଳଗୁଡ଼ିକ ସଂଗ୍ରହ କରିଥିବା ମୋଟ ପାଣ୍ଠି ପରିମାଣ ୬,୯୩୦.୨୪୬ କୋଟି ଟଙ୍କା (୯୩.୦୮%) ହୋଇଥିବାବେଳେ ଆଞ୍ଚଳିକ ଦଳ ପାଇଥିବା ଚାନ୍ଦା ପରିମାଣ ୫୧୫.୩୨ କୋଟି(୬.୯୨%) ବୋଲି ରିପୋର୍ଟରେ କୁହାଯାଇଛି। ସାଧାରଣ ନିର୍ବାଚନର ୯୦ ଦିନ ଏବଂ ରାଜ୍ୟ ନିର୍ବାଚନର ୭୫ ଦିନ ମଧ୍ୟରେ ଦଳଗୁଡ଼ିକ ନିର୍ବାଚନ କମିଶନଙ୍କ ନିକଟରେ ବ୍ୟୟ ବିବୃତି ଦାଖଲ କରିବା କଥା। କିନ୍ତୁ ଆମ୍‌ ଆଦ୍‌ମୀ ପାର୍ଟି ରିପୋର୍ଟ ଦାଖଲ କରିବାରେ ୧୬୮ ଦିନ ବିଳମ୍ବ କରିଥିବାବେଳେ ଭାଜପା ୧୩୯ରୁ ୧୫୪ ଦିନ ବିଳମ୍ବ କରିଥିଲା।

ରିପୋର୍ଟ ଅନୁଯାୟୀ, ଦଳଗୁଡ଼ିକ ପ୍ରଚାର ଏବଂ ପ୍ରସାର କାର୍ଯ୍ୟରେ ମୋଟ ୨,୦୦୮ କୋଟି ଟଙ୍କା ବ୍ୟୟ କରିଛନ୍ତି, ଯାହା ମୋଟ ବ୍ୟୟର ୫୩ ପ୍ରତିଶତ। ଏହା ବ୍ୟତୀତ ଯାତାୟାତ ବାବଦରେ ୭୯୫ କୋଟି, ପ୍ରାର୍ଥୀମାନଙ୍କୁ ସହାୟତା ଦେବାରେ ୪୦୨ କୋଟି, ଭର୍ଚୁଆଲ ପ୍ରଚାରରେ ୧୩୨ କୋଟି, ପ୍ରାର୍ଥୀମାନଙ୍କ ଆପରାଧିକ ପୃଷ୍ଠଭୂମି ପ୍ରକାଶ କରିବାରେ ୨୮ କୋଟି ବ୍ୟୟ ହୋଇଛି। ୩୨ ରାଜନୈତିକ ଦଳର ମୋଟ ପ୍ରଚାର ବ୍ୟୟ ମଧ୍ୟରୁ ଜାତୀୟ ଦଳ ୧,୫୧୧.୩୦ କୋଟି (୭୫.୨୫%) ବ୍ୟୟ କରିଥିବାବେଳେ ଆଞ୍ଚଳିକ ଦଳ ୪୯୬.୯୯ କୋଟି ଟଙ୍କା (୨୪.୭୫%) ବ୍ୟୟ କରିଛନ୍ତି। ଯାତାୟାତ ଖର୍ଚ୍ଚ ମଧ୍ୟରେ ହାଇପ୍ରୋଫାଇଲ୍‌ ଷ୍ଟାର ପ୍ରଚାରକମାନଙ୍କ ପାଇଁ ୭୬୫ କୋଟି ଏବଂ ଅନ୍ୟ ପ୍ରଚାରକଙ୍କ ପାଇଁ ୩୦ କୋଟି ବ୍ୟୟ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+