ADR Report: ବିଜେପି ପାଇଛି ସର୍ବାଧିକ ୨,୨୪୩ କୋଟି ଚାନ୍ଦା

ଆର୍ଥତ୍କ ବର୍ଷରେ ଜାତୀୟ ଦଳଗୁଡ଼ିକ ମଧ୍ୟରେ ବିଜେପି ମୋଟ ୮,୩୫୮ଟି ଚାନ୍ଦାରୁ ସର୍ବାଧିକ ୨,୨୪୩ କୋଟିରୁ ଊର୍ଦ୍ଧ୍ୱ ସଂଗ୍ରହ କରିଥିବା ଘୋଷ୨୦୨୩-୨୪ଣା କରିଛି ।

ନିର୍ବାଚନ କମିଶନରେ ଦାଖଲ ହୋଇଥିବା ତଥ୍ୟ ଆଧାରରେ ଉକ୍ତ ରିପୋର୍ଟ ପ୍ରସ୍ତୁତ ହୋଇଛି। ରିପୋର୍ଟ ଅନୁଯାୟୀ, ଜାତୀୟ ଦଳଗୁଡ଼ିକ ମୋଟ ୧୨,୫୪୭ଟି ଚାନ୍ଦାରୁ ମୋଟ ୨,୫୪୪.୨୮ କୋଟି ଟଙ୍କା ପାଇଥିବା ଘୋଷଣା କରିଛନ୍ତି, ଯାହାକି ପୂର୍ବବର୍ଷ ତୁଳନାରେ ୧୯୯ ପ୍ରତିଶତ ଅଧିକ।

ମୋଟ ଚାନ୍ଦାରୁ କେବଳ ବିଜେପି ଭାଗ ୮୮ ପ୍ରତିଶତ ହୋଇଥିବାବେଳେ କଂଗ୍ରେସ ୧,୯୯୪ଟି ଦାନରୁ ୨୮୧.୪୮ କୋଟି ପାଇ ଦ୍ୱିତୀୟ ସ୍ଥାନରେ ରହିଛି।

ADR Report BJP receives highest donation of Rs 2 243 crore

ଅନ୍ୟ ଜାତୀୟ ଦଳ ମଧ୍ୟରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌), ସିପିଆଇ(ଏମ୍‌), ନ୍ୟାଶନାଲ ପିପୁଲ୍ସ ପାର୍ଟି ସ୍ବଳ୍ପ ପରିମାଣର ଚାନ୍ଦା ପାଇଛନ୍ତି। ବହୁଜନ ସମାଜ ପାର୍ଟି (ବିଏସ୍‌ପି) ୨୦,୦୦୦ ଟଙ୍କାରୁ ଊର୍ଦ୍ଧ୍ୱ କୌଣସି ଚାନ୍ଦା ପାଇନାହିଁ।

୨୦୨୨-୨୩ ଆର୍ଥତ୍କ ବର୍ଷରେ ଭାଜପା ୭୧୯.୮୫୮ କୋଟି ଟଙ୍କା ଚାନ୍ଦା ପାଇଥିବାବେଳେ ୨୦୨୩-୨୪ରେ ୨,୨୪୩.୯୪ କୋଟି ଟଙ୍କା ପାଇଛି। ଅର୍ଥାତ୍‌ ପୂର୍ବବର୍ଷ ତୁଳନାରେ ୨୦୨୩-୨୪ ବର୍ଷରେ ଗୈରିକ ଦଳର ଚାନ୍ଦା ପରିମାଣ ୨୧୧.୭୨ ପ୍ରତିଶତ ବୃଦ୍ଧି ପାଇଛି। କଂଗ୍ରେସକୁ ୨୦୨୨-୨୩ରେ ୭୯.୯୨୪ କୋଟି ଟଙ୍କା ମିଳିଥିବାବେଳେ ୨୦୨୩-୨୪ରେ ୨୫୨.୧୮ ପ୍ରତିଶତ ବଢ଼ି ୨୮୧.୪୮ କୋଟି ଟଙ୍କା ହୋଇଛି।

ଅନ୍ୟପକ୍ଷରେ ଏହି ସମୟ ମଧ୍ୟରେ ଆପ୍‌ର ଚାନ୍ଦା ପରିମାଣ ୭୦.୧୮ ପ୍ରତତଶତ ହ୍ରାସ ପାଇ ୨୬.୦୩୮ କୋଟି ଟଙ୍କା ହୋଇଥିବାବେଳେ ଏନ୍‌ପିଇପିର ଚାନ୍ଦା ୯୮.୦୨ ପ୍ରତିଶତ କମି ୭.୩୩୧ କୋଟି ଟଙ୍କା ରହିଛି। ଚାନ୍ଦା ସମ୍ପର୍କିତ ରିପୋର୍ଟ ଦାଖଲ ପାଇଁ ନିର୍ବାଚନ କମିଶନ ୨୦୨୪ ସେପ୍ଟେମ୍ବର ୩୦କୁ ଶେଷ ତାରିଖ ଘୋଷଣା କରିଥିବାବେଳେ କେବଳ ବିଏସ୍‌ପି ଏବଂ ଆପ୍‌ ସମୟସୀମା ମଧ୍ୟରେ ରିପୋର୍ଟ ଦାଖଲ କରିଥିଲେ।

ଜାତୀୟ ଦଳଗୁଡ଼ିକ କର୍ପୋରେଟ ବା ବ୍ୟବସାୟ ସେକ୍ଟରରୁ ମୋଟ ୨,୨୬୨.୫୫ କୋଟି ଟଙ୍କା ଏବଂ ବ୍ୟକ୍ତିଗତ ଦାତାଙ୍କଠାରୁ ୨୭୦.୮୭୨ କୋଟି ଟଙ୍କା ପାଇଛନ୍ତି । ବିଜେପି ୩,୪୭୮ଟି କର୍ପୋରେଟ ସେକ୍ଟର ଚାନ୍ଦାରୁ ୨,୦୬୪.୫୮ କୋଟି ଏବଂ ୪,୬୨୮ ବ୍ୟକ୍ତିଗତ ଦାତାଙ୍କଠାରୁ ୧୬୯.୧୨୬ କୋଟି ଟଙ୍କା ପାଇଛି। ସେହିପରି କଂଗ୍ରେସ ୧୦୨ଟି କର୍ପୋରେଟ/ବ୍ୟବସାୟ ସେକ୍ଟର ଚାନ୍ଦାରୁ ୧୯୦.୩୨୬୩ କୋଟି ଏବଂ ୧,୮୮୨ ବ୍ୟକ୍ତିବିଶେଷଙ୍କଠାରୁ ୯୦.୮୯୯ କୋଟି ଟଙ୍କା ପାଇଥିବା ରିପୋର୍ଟରୁ ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+