ୟୁଏଇ-ଭାରତ ମଧ୍ୟରେ ୩ ବିଲିୟନ ଡଲାର ମୂଲ୍ୟର ୧୦ବର୍ଷୀଆ ଏଲ୍ଏନ୍ଜି କ୍ରୟ-ବିକ୍ରୟ ଚୁକ୍ତି ସ୍ୱାକ୍ଷରିତ
ଆବୁଧାବି ନ୍ୟାସନାଲ ଅଏଲ୍ କମ୍ପାନୀ - ଏଡିଏନ୍ଓସି ଗ୍ୟାସ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ - ଏଚ୍ପିସିଏଲ୍ ମଧ୍ୟରେ ଲିକ୍ୟୁଫାଏଡ ନ୍ୟାଚୁରାଲ ଗ୍ୟାସ୍ - ଏଲ୍ଏନ୍ଜି ବିକ୍ରି ଓ କ୍ରୟ ନେଇ ପ୍ରାୟ ୩ ବିଲିୟନ ଆମେରିକୀୟ ଡଲାରର ଏକ ୧୦ବର୍ଷିଆ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସଂଯୁକ୍ତ ଆରବ ଏମିରେଟ୍ସ-ୟୁଏଇ ରାଷ୍ଟ୍ରପତି ସେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହେନଙ୍କ ଭାରତ ଗସ୍ତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାକ୍ଷାତ୍ ଆଲୋଚନା ଅବସରରେ ଏହି ଚୁକ୍ତି ନେଇ ଘୋଷଣା କରାଯାଇଛି ।

ଦୁଇକମ୍ପାନୀ ମଧ୍ୟରେ ହୋଇଥିବା ରାଜିନାମା ଅନୁଯାୟୀ ଏଚ୍ପିସିଏଲ୍କୁ ଏଡିଏନ୍ଓସି ଗ୍ୟାସ୍ ବାର୍ଷିକ ଶୂନ ଦଶମିକ ୫ ମିଲିୟନ ଟନ୍ ଏଲ୍ଏନ୍ଜି ଯୋଗାଇଦେବ । ଏଡିଏନ୍ଓସି ଗ୍ୟାସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଫାତେମା ଅଲ୍ ନୁଆମି ୟୁଏଇ ଓ ଭାରତ ମଧ୍ୟରେ ଶକ୍ତି ଭାଗିଦାରିତାକୁ ସୁଦୃଢ଼ କରିବା ଦିଗରେ ଏଚ୍ପିସିଏଲ୍ ସହ କରାଯାଇଥିବା ଦୀର୍ଘମିଆଦି ଏଲ୍ଏନ୍ଜି ଯୋଗାଣ ବୁଝାମଣା ନେଇ ଖୁସିବ୍ୟକ୍ତ କରିଛନ୍ତି । ୨୦୩୦ ସୁଦ୍ଧା ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରରେ ଅଂଶଧନକୁ ୧୫ପ୍ରତିଶତ ବୃଦ୍ଧି କରିବା ନେଇ ଏହି ଚୁକ୍ତି ଭାରତର ଯୋଜନାକୁ ସହାୟକ ହେବ ବୋଳି ଏଡିଏନ୍ଓସି ପକ୍ଷରୁ କୁହାଯାଇଛି ।












Click it and Unblock the Notifications