ଆଜି ପୁଣି ବସିବ NDA ବୈଠକ

ଆଜି ପୁଣି ବସିବ NDA ବୈଠକ। ଦେଶରେ ଆରମ୍ଭ ହେବ ମୋଦି ସରକାର ୩.୦। ଆସନ୍ତା ରବିବାର ସନ୍ଧ୍ୟା ୬ଟାରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି। ଏହା ପୂର୍ବରୁ ଆଜି NDAର ପୁଣି ଏକ ବୈଠକ ବସିବ । ଏହା ପରେ ରାଷ୍ଟ୍ରପତିଙ୍କୁ ଭେଟି ଏନଡିଏ ପାର୍ଟିର ନେତା ସରକାର ଗଢ଼ିବାକୁ ଦାବି ଜଣାଇବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ୩.୦ ସରକାର ଦେଶରେ ଆରମ୍ଭ ହେବ।

nda

ଲଗାତାର ୩ ଥର ପ୍ରଧାନମନ୍ତ୍ରୀ ବନିବାରେ ଜବାହରଲାଲ ନେହରୁଙ୍କ ପରେ ଦ୍ୱିତୀୟ ପିଏମ୍ ହେବେ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ହେବାକୁ ଥିବା ବେଳେ, କେନ୍ଦ୍ର ମନ୍ତ୍ରୀମଣ୍ଡଳ ମଧ୍ୟ ସେହି ସନ୍ଧ୍ୟାରେ ଶପଥ ନେଇପାରେ ବୋଲି ଚର୍ଚ୍ଚା ହେଉଛି।

ଶପଥ ଗ୍ରହଣରେ ସାମିଲ ହେବାକୁ ବାଂଲାଦେଶ, ଶ୍ରୀଲଙ୍କା, ନେପାଳରୁ ରାଜ୍ ଅତିଥି ଭାରତକୁ ଆସିବେ ବୋଲି ସୂଚନା ମିଳିଛି। ଏଥିପାଇଁ ବି ପ୍ରସ୍ତୁତି ଆରମ୍ଭ ହେଲାଣି।

ଏହା ପୂର୍ବରୁ ଗତ ୫ ତାରିଖରେ ମୋଦିଙ୍କ ବାସଭବନରେ ଏନଡିଏର ବୈଠକ ବସିଥିଲା। ଏଥିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଯୋଗ ଦେଇଥିଲେ। ବୈଠକରେ ଉଭୟ ଯଥାଶୀଘ୍ର ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନରେନ୍ଦ୍ର ମୋଦିଙ୍କୁ କହିଥିଲେ। ଏଥିସହ ବୈଠକରେ ନରେନ୍ଦ୍ର ମୋଦିଙ୍କୁ ଏନଡିଏ ୩.୦ର ନେତା ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ଏହି ବୈଠକ ପୂର୍ବରୁ ମୋଦି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଜୁନ ୪ରେ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା। ଏହି ନିର୍ବାଚନରେ ବିଜେପି ଏକାକୀ ୨୪୦ ଆସନ ଜିତିଛି। ଏନଡିଏ ଆସନକୁ ମିଶାଇଲେ ଦଳ ସପକ୍ଷରେ ୨୯୨ ଜଣ ସାଂସଦଙ୍କ ସମର୍ଥନ ରହିଛି। ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୭୨। ଏନଡିଏ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇଥିବାରୁ ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+