ସେଲଫି ନେଲା ଆଦିତ୍ୟ-L1, ଇସ୍ରୋ ସେୟାର କଲା ଚନ୍ଦ୍ର ଓ ପୃଥିବୀର ବିରଳ ଫଟୋ
Aditya L1: ଇସ୍ରୋର ପ୍ରଥମ ସୌର ମିଶନ ଆଦିତ୍ୟ L1 ପୃଥିବୀ କକ୍ଷପଥରୁ ପୃଥିବୀ ଏବଂ ଚନ୍ଦ୍ରର ଫଟୋ ଉଠାଇଛି । ଏହାକୁ ସେୟାର କରିଛି ଇସ୍ରୋ । ପୃଥିବୀର ଦ୍ବିତୀୟ କକ୍ଷପଥ ପରିବର୍ତ୍ତନ କରି ତୃତୀୟ କକ୍ଷପଥରେ ପ୍ରବେଶ କରିଥିଲା ଆଦିତ୍ୟ L1 ।

ଇସ୍ରୋ ପୋଷ୍ଟ କରିଥିବା ଭିଡିଓରେ ଆଦିତ୍ୟ-L1ର ନିଜର ସେଲଫି ଫଟୋ ସହ ପୃଥିବୀ ଓ ଚନ୍ଦ୍ରକୁ ଦେଖିବାକୁ ମିଳୁଛି । ଚଳିତ ମାସ 2 ତାରିଖରେ ସତୀଶ ଧାବନ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ ହୋଇଥିଲା ଆଦିତ୍ୟ-L1 । ଏହା ସୂର୍ଯ୍ୟଙ୍କ ଉପରେ ଅନୁଧ୍ୟାନ କରିବାର ଇସ୍ରୋର ପ୍ରଥମ ମିଶନ ।
Aditya-L1 Mission:
👀Onlooker!Aditya-L1,
— ISRO (@isro) September 7, 2023
destined for the Sun-Earth L1 point,
takes a selfie and
images of the Earth and the Moon.#AdityaL1 pic.twitter.com/54KxrfYSwy
ଚନ୍ଦ୍ରଯାନ-3 ର ସଫଳ ଲ୍ୟାଣ୍ଡିଂ କରି ଇତିହାସ ରଚିଥିଲା ଇସ୍ରୋ । ଏହା ପରେ ସୌର ମିଶନ ଆଦିତ୍ୟ L1କୁ ଲଞ୍ଚ କରିଥିଲା । ସେପ୍ଟେମ୍ବର 10ରେ ତୃତୀୟ ଅର୍ବିଟ୍ ରେଜିଂ ହେବ । ପୃଥିବୀଠାରୁ 15 ଲକ୍ଷ କିଲୋମିଟର ଦୂରରେ ଥିବା L-1 ପଏଣ୍ଟରେ ପହଞ୍ଚିବାକୁ ଆଦିତ୍ୟ L1କୁ 125 ଦିନ ସମୟ ଲାଗିବ ।












Click it and Unblock the Notifications