ପୃଥିବୀର ତୃତୀୟ କକ୍ଷପଥ ପାର କଲା ଆଦିତ୍ୟ- L1
ISRO Solar Mission Aditya L-1: ଇସ୍ରୋର ମିଶନ ଆଦିତ୍ୟ L-1 ପୃଥିବୀର ତୃତୀୟ କକ୍ଷପଥ ପରିବର୍ତ୍ତନ କଲା । ଏବେ ଆଦିତ୍ୟ-L1 ପୃଥିବାଠାରୁ 296ରୁ 71,767 କିଲୋମିଟରର ଦୂରରେ ଘୁରି ବୁଲୁଛି । ଏନେଇ ଇସ୍ରୋ ପକ୍ଷରୁ ଜାରି କରା ଗଲା ସୂଚନା । ସେହିପରି ୫ମ ପକ୍ଷପଥ ପୂରା କରିବା ପରେ ଏଲ୍ 1 ପଏଣ୍ଟ ଆଡକୁ ଗତି କରିବ ସାଟେଲାଇଟ୍ ।

ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶନିବାର ରାତି ସାଢେ ୨ଟାରେ ତୃତୀୟ କକ୍ଷପଛ ଅତିକ୍ରମ କରିଛି । ବର୍ତ୍ତମାନ ଚତୁର୍ଥ କକ୍ଷରେ ଘୁରୁଛି ଏହି ସାଟେଲାଇଟ୍ । ସେହିପରି ଆସନ୍ତା ସେପ୍ଟେମ୍ବର 15 ତାରିଖ ୨ଟା ବେଳେ ଚୁତୁର୍ଥ କକ୍ଷପଥ ପରିବର୍ତ୍ତନ କରିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।
Aditya-L1 Mission:
The second Earth-bound maneuvre (EBN#2) is performed successfully from ISTRAC, Bengaluru.ISTRAC/ISRO's ground stations at Mauritius, Bengaluru and Port Blair tracked the satellite during this operation.
The new orbit attained is 282 km x 40225 km.
The next… pic.twitter.com/GFdqlbNmWg
— ISRO (@isro) September 4, 2023
ସେପ୍ଟେମ୍ବର 18ରେ, ଆଦିତ୍ୟ L1 ପୃଥିବୀର ପ୍ରଭାବ କ୍ଷେତ୍ରରୁ ବାହାରକୁ ଯିବ, ଏହି ବିନ୍ଦୁକୁ ପୃଥିବୀର ପ୍ରସ୍ଥାନ ପଏଣ୍ଟ କୁହାଯାଏ, କାରଣ ଏହି ସ୍ଥାନ ପରେ ପୃଥିବୀର ମାଧ୍ୟାକର୍ଷଣ ପ୍ରଭାବ ଯଥେଷ୍ଟ ହ୍ରାସ ପାଇଥାଏ ।












Click it and Unblock the Notifications