Get Updates
Get notified of breaking news, exclusive insights, and must-see stories!

ଇତିହାସ ରଚିଲା ଇସ୍ରୋ: ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହେଲା ଆଦିତ୍ୟ L1

ISRO Solar Mission Aditya L-1: ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହେଲା ଆଦିତ୍ୟ L1 । ପିଏସଏଲଭି-ଏକ୍ସଏଲ ରକେଟ୍ ଆଦିତ୍ୟ-L1କୁ ନେଇ ମହାକାଶ ମୁହାଁ । ସୂର୍ଯ୍ୟଯାନ ଆଦିତ୍ୟ-L1 ଉଦକ୍ଷେପଣର 125 ଦିନ ଯାତ୍ରା କରିବା ପରେ ୧୫ ଲକ୍ଷ କିଲୋମିଟର ଲେଙ୍ଗରେଜିୟନ ପଏଣ୍ଟରେ ପହଞ୍ଚିବ । ଆଦିତ୍ୟ-L1 ମହାକାଶ ଯାନକୁ ଇସ୍ରୋ ପୃଥିବୀ ଠାରୁ ୧.୫ ନିୟୁତ କିମି ଉଚ୍ଚ ହାଲୋ ଅରବିଟରରେ ସ୍ଥାପନ କରିବ ।

aditya-l1

ISRO ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଲଞ୍ଚିଂର ୪ ମାସ ପରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବ ଆଦିତ୍ୟ-L1 । ୨୦୨୪ ଜାନୁଆରୀରେ ତଥ୍ୟ ସଂଗ୍ରହ ଆରମ୍ଭ କରିବ ଆଦିତ୍ୟ-L1 । ଅନେକ ଲୋକ ସୋସିଆଲ ମିଡିଆରେ ପ୍ରଶ୍ନ ଉଠାଇଛନ୍ତି ଯେ ISROର ଆଦିତ୍ୟ- L1 ମିଶନ ସୂର୍ଯ୍ୟକୁ ଯିବ କି? ତେବେ ଆଦିତ୍ୟ- L1 ସୂର୍ଯ୍ୟକୁ ଯିବ ନାହିଁ । ପୃଥିବୀଠାରୁ ସୂର୍ଯ୍ୟ ପର୍ଯ୍ୟନ୍ତ ଦୂରତା ପ୍ରାୟ 15 କୋଟି କିଲୋମିଟର । ଆଦିତ୍ୟ- L1 ମହାକାଶଯାନ ପୃଥିବୀଠାରୁ 1.5 ମିଲିୟନ୍ କିଲୋମିଟର ଦୂରରେ ଥିବା L1 ଅର୍ଥାତ୍ ଲାଗ୍ରେଞ୍ଜ୍ ପଏଣ୍ଟକୁ ଯିବ ଏବଂ ସେଠାରୁ ସୂର୍ଯ୍ୟଙ୍କୁ ଅଧ୍ୟୟନ କରିବା ସହ ତଥ୍ୟ ସଂଗ୍ରହ କରିବ ।

ଯଦି ମିଶନ ସଫଳ ହୁଏ ଏବଂ ଆଦିତ୍ୟ L1 ମହାକାଶଯାନ ଲାଗ୍ରାଙ୍ଗିଆନ୍ ପଏଣ୍ଟ 1 ରେ ପହଞ୍ଚେ, ତେବେ ନୂଆ ବର୍ଷରେ ISRO ପାଇଁ ଏହା ଏକ ବଡ଼ ସଫଳତା ଆଣିବ । ସୂଚନା ଅନୁସାରେ, ଆତିଦ୍ୟ L-1 ମହାକଶ ଯାନକୁ ଇସ୍ରୋ ପୃଥିବୀ ଠାରୁ ୧.୫ ନିୟୁତ କିମି ଉଚ୍ଚରେ ହାଲୋ ଅରବିଟରେ ସ୍ଥାପନ କରିବା ଇସ୍ରୋ ପାଇଁ ଏକ କଷ୍ଟକର କାର୍ଯ୍ୟ । କାରଣ ହାଲୋ ଅରବିଟରେ ପୃଥିବୀର ଆକର୍ଷଣ ଶେଷ ହୋଇଯାଇଥାଏ । ହାଲୋ ଅରବିଟରେ ସୂର୍ଯ୍ୟ ଯାନକୁ ସ୍ଥାପନ କରି ଭାରତ ସୂର୍ଯ୍ୟପୁ ତଥ୍ୟ ସଂଗ୍ରହ କରିବ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଆଦିତ୍ୟ-L1ରେ ମୋଟ୍ ୭ଟି ପେଲଡ ରହିଛି । ଏହି ସୌରଯାନକୁ ସମ୍ପୁର୍ଣ୍ଣ ସ୍ୱେଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ବେଳେ ଏହା ଉପରେ ବର୍ତ୍ତମାନ ଦୁନିଆର ନଜର ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+