Get Updates
Get notified of breaking news, exclusive insights, and must-see stories!

ଭାରତର ସୂର୍ଯ୍ୟ ମିଶନ 'ଆଦିତ୍ୟ-ଏଲ-୧: Aditya-L1 ରେ 'L'ର ଅର୍ଥ କ'ଣ

Solar Mission Aditya-L1 Launch: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଶନିବାର ଦିନ ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ- L1 ଲଞ୍ଚ୍ କରିବା ପାଇଁ ଯାଉଛି । ଆଉ ମାତ୍ର କିଛି ସମୟର ଅପେକ୍ଷା । ସକାଳ 11.50 ରେ ଶ୍ରୀହରିକୋଟା ଠାରୁ ଲଞ୍ଚ କରାଯିବ । ଏହି ମିଶନର ନାମ 'ଆଦିତ୍ୟ L-1' ରଖାଯାଇଛି କାରଣ ଆଦିତ୍ୟ ଅର୍ଥ ସୂର୍ଯ୍ୟ । ଏବଂ 'L-1'ର ଅର୍ଥ Lagrange point । Lagrange point ପୃଥିବୀ ଓ ସୂର୍ଯ୍ୟ ମଝିର ସହି ସ୍ଥାନ ଯେଉଁଠି ରହି ଅର୍ଥାତ୍ ଯେଉଁ ପଏଣ୍ଟରେ ଆଦିତ୍ୟ- L1 ସୂର୍ଯ୍ୟ ଅଧ୍ୟୟନ କରିବ ।

 Aditya-L1
Lagrange point-1 କ'ଣ ହୋଇଥାଏ

Lagrange point-1କୁ ସାଧାରଣତଃ ବୌଜ୍ଞାନିକଙ୍କ ଭାଷାରେ L-1 ଭାବରେ ଜଣାଯାଏ । ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଏହିପରି 5 ଟି ପଏଣ୍ଟ ଅଛି ଏବଂ ଏହି ପାଞ୍ଚଟି ପଏଣ୍ଟ ମଧ୍ୟରୁ ଗୋଟିଏ ହେଉଛି ଲାଗ୍ରେଞ୍ଜ ପଏଣ୍ଟ -1 । ଲାଗ୍ରେଞ୍ଜ ପଏଣ୍ଟ -1ରେ ସୂର୍ଯ୍ୟ ଏବଂ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସନ୍ତୁଳିତ ରହିଥାଏ ଏବଂ ସେଣ୍ଟ୍ରିଫୁଗୁଲ୍ ଫୋର୍ସ ଗଠନ ହୁଏ । ଅର୍ଥାତ୍ ଯେତେବେଳେ କୌଣସି ବସ୍ତୁ ଏହି ସ୍ଥାନରେ ରଖାଯାଏ, ତାହା କମ୍ ଶକ୍ତିରେ ସହଜରେ ସେଠାରେ ସ୍ଥିର ହୋଇ ରହିଥାଏ । ISRO ଏହି ମହାକାଶଯାନକୁ ଲାଗ୍ରେଞ୍ଜ ପଏଣ୍ଟ -1 ର ହାଲୋ କକ୍ଷପଥରେ ଅର୍ଥାତ୍ ସୂର୍ଯ୍ୟ ଏବଂ ପୃଥିବୀର ମଧ୍ୟରେ ହୋଲୋ କକ୍ଷପଥରେ ରଖାଯିବ । ତେଣୁ ଏହି ମିଶନର ନାମ ହେଉଛି 'ଆଦିତ୍ୟ L1' । ଏହି ପଏଣ୍ଟ ପୃଥିବୀଠାରୁ ପ୍ରାୟ 1.5 ନିୟୁତ କିଲୋମିଟର ଦୂରରେ ରହିଛି ।

ISRO ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଲଞ୍ଚିଂର ୪ ମାସ ପରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବ ଆଦିତ୍ୟ-L1 । ୨୦୨୪ ଜାନୁଆରୀରେ ତଥ୍ୟ ସଂଗ୍ରହ ଆରମ୍ଭ କରିବ ଆଦିତ୍ୟ-L1 । ଅନେକ ଲୋକ ସୋସିଆଲ ମିଡିଆରେ ପ୍ରଶ୍ନ ଉଠାଇଛନ୍ତି ଯେ ISROର ଆଦିତ୍ୟ- L1 ମିଶନ ସୂର୍ଯ୍ୟକୁ ଯିବ କି? ତେବେ ଆଦିତ୍ୟ- L1 ସୂର୍ଯ୍ୟକୁ ଯିବ ନାହିଁ । ପୃଥିବୀଠାରୁ ସୂର୍ଯ୍ୟ ପର୍ଯ୍ୟନ୍ତ ଦୂରତା ପ୍ରାୟ 15 କୋଟି କିଲୋମିଟର । ଆଦିତ୍ୟ- L1 ମହାକାଶଯାନ ପୃଥିବୀଠାରୁ 1.5 ମିଲିୟନ୍ କିଲୋମିଟର ଦୂରରେ ଥିବା L1 ଅର୍ଥାତ୍ ଲାଗ୍ରେଞ୍ଜ୍ ପଏଣ୍ଟକୁ ଯିବ ଏବଂ ସେଠାରୁ ସୂର୍ଯ୍ୟଙ୍କୁ ଅଧ୍ୟୟନ କରିବା ସହ ତଥ୍ୟ ସଂଗ୍ରହ କରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+