Get Updates
Get notified of breaking news, exclusive insights, and must-see stories!

ସୂର୍ଯ୍ୟ ଅଭିମୁଖେ Aditya L1 : ଆଜି ପ୍ରଥମ କକ୍ଷ ପରିବର୍ତ୍ତନ, ପୃଥିବୀ କକ୍ଷପଥରେ ୧୬ ଦିନ ଘୂରିବ

ସୂର୍ଯ୍ୟ ଅଭିମୁଖେ ଆଦିତ୍ୟ L1 । ଆଜି ପ୍ରଥମ କକ୍ଷ ପରିବର୍ତ୍ତନ କରିବ । ୧୬ ଦିନ ପୃଥିବୀ କକ୍ଷପଥରେ ଘୂରିବ । ସେପ୍ଟେମ୍ୱର ୦୩ ତାରିଖ ୧୧:୪୫ ରେ ପ୍ରଥମ କକ୍ଷ ପରିବର୍ତ୍ତନ କରିବ । ଗତକାଲି ଦିନ ୧୧ଟା ୫୦ରେ ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଲଞ୍ଚ କରାଯାଇଛି ଆଦିତ୍ୟ L1 ।

PSLV ସି-୫୭ର ଏକ୍ସଏଲ୍‌ ଭର୍ସନ ରକେଟ ଦ୍ବାରା ସ୍ପେସକ୍ରାଫ୍ଟକୁ ପୃଥିବୀର କକ୍ଷପଥରେ ଅବସ୍ଥାପିତ କରାଯାଇଛି । ୫ଥର କକ୍ଷ ପରିବର୍ତ୍ତନ ସହ ଏହା ୧୬ ଦିନ ପୃଥିବୀ କକ୍ଷପଥରେ ଘୂରିବା । ୧୧୦ ଦିନର ଯାତ୍ରା ପରେ ଏଲ-ଓ୍ବାନ ବିନ୍ଦୁରେ ଆଦିତ୍ୟ L1କୁ ଅବସ୍ଥାପିତ କରାଯିବ ।

ପ୍ରାୟ ୧୫ ଲକ୍ଷ କିଲୋମିଟର ଯାତ୍ରା ସମାପ୍ତ କରିବା ପରେ ଏହା ଏକ ସ୍ଥାନରେ ପହଞ୍ଚିବ ଯେଉଁଠାରେ ସୂର୍ଯ୍ୟ ଏବଂ ପୃଥିବୀର ମାଧ୍ୟାକର୍ଷଣ ସ୍ୱାଭାବିକ ଥିବ । ପୃଥିବୀ ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ଥିବା ଏହି ସ୍ଥାନକୁ ବୈଜ୍ଞାନିକମାନେ 'ଲାଗ୍ରାଙ୍ଗିଆନ୍ -1' ନାମରେ ନାମକରଣ କରିଛନ୍ତି । ଏହି ସ୍ଥାନରୁ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟଗ୍ରହଣ ସମୟରେ ମଧ୍ୟ ସୂର୍ଯ୍ୟ ଉପରେ ନଜର ରଖିପାରିବ ଆଦିତ୍ୟ-L1 ।

Aditya L1 Mission

ଗତକାଲି ଅର୍ଥାତ୍ ସେପ୍ଟେମ୍ବର 2 ରେ ଆଦିତ୍ୟ L1 ଲଞ୍ଚ କରିଛି ISRO । ଯେପରି ଚନ୍ଦ୍ରଯାନ -3 ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବାକୁ 40 ଦିନ ସମୟ ଲାଗିଥିଲା, ଆଦିତ୍ୟ L1 ଲଞ୍ଚ କରିବା ପରେ ସୂର୍ଯ୍ୟକ କକ୍ଷପଥ L-1 ରେ ପହଞ୍ଚିବାକୁ ୧୨୫ ଦିନ ଲାଗିବ । ତେଣୁ, ଏହା ଅଧିକ ସମୟ ନେବ କାରଣ ପୃଥିବୀରୁ ଏହି କକ୍ଷପଥ L1 ର ଦୂରତା ପ୍ରାୟ 15 ଲକ୍ଷ କିଲୋମିଟର ।

ସେହିପରି ISRO ର ସୂର୍ଯ୍ୟ ମିଶନର ଆଦିତ୍ୟ L1 ମିଶନ୍ ପ୍ରାୟ 5 ବର୍ଷ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ଠାରୁ ବାହାରୁଥିବା କିରଣ ଉପରେ ଅଧ୍ୟୟନ କରିବା ନେଇ ସୂଚନା ରହିଛି । ଚନ୍ଦ୍ରଯାନ-3 ମିଶନ ପାଇଁ ପ୍ରାୟ 600 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲାବେଳେ ସୂର୍ଯ୍ୟଙ୍କ କକ୍ଷପଥକୁ ପଠାଯାଉଥିବା ଆଦିତ୍ୟ L1 ମିଶନ ପ୍ରସ୍ତୁତିର ମୋଟ ମୂଲ୍ୟ 378 କୋଟି ଟଙ୍କା ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+