ଜାନୁଆରୀ ୬ ତାରିଖରେ ନିର୍ଦ୍ଧାରିତ କକ୍ଷପଥ ଛୁଇଁବ ଆଦିତ୍ୟ ଏଲ ୱାନ
Aditya L1: ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନର ମୁଖ୍ୟ ଏସ୍ ସୋମନାଥଙ୍କ ସୂଚନା ଅନୁସାରେ, ଭାରତର ପ୍ରଥମ 'ସୂର୍ଯ୍ୟ ମିଶନ୍' 'ଆଦିତ୍ୟ L1' ଜାନୁଆରୀ ୬ ତାରିଖରେ ନିର୍ଦ୍ଧାରିତ କକ୍ଷପଥ ଛୁଇଁବ । ଏହା ପୃଥିବୀଠାରୁ ୧.୫ ମିଲିୟନ୍ ଅର୍ଥାତ୍ ୧୫ କିଲୋମିଟର ଦୂରରେ ରହିଛି । ସେପ୍ଟେମ୍ବର ୨ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ପୋଲାର ସାଟେଲାଇଟ୍ ଲଞ୍ଚ ଯାନ (PSLV-C57) ଦ୍ୱାରା ଆଦିତ୍ୟ L1 ଲଞ୍ଚ କରାଯାଇଥିଲା।

ଲଗ୍ରାଞ୍ଜ ପଏଣ୍ଟ ଚାରିପାଖରେ ଥିବା ହାଲେ ଅର୍ବିଟରେ ଆଦିତ୍ୱ ଏଲ ୱାନର ସୁରକ୍ଷିତ ପ୍ରବେଶ କରିବାକୁ ଏହାକ ଗଚିବିଧି ଉପରେ ନଜର ରହିଛି ବୋଲି ଇସ୍ରୋ ପକ୍ଷରୁ ସୂଚନା ଜାରି କରାଯାଇଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂଚନା ଅନୁସାରେ, ଆଇଏସଆରଓ ମୁଖ୍ୟ କହିଛନ୍ତି ଯେ ଏହା L1 ପଏଣ୍ଟରେ ପହଞ୍ଚିବା ପରେ ଆମକୁ ଆଉଥରେ ଇଞ୍ଜିନକୁ ଆରମ୍ଭ କରିବାକୁ ପଡିବ ଯାହା ଏହା ଆଗକୁ ନ ଯାଇ ନିର୍ଦ୍ଦାରିତ ସ୍ଥାନରେ ରହିବ ଏବଂ ଏହାର ଚାରିପାଖରେ ଘୂର୍ଣ୍ଣନ କରିବ ଏବଂ L1 ରେ ରହିବ ।
ISRO ମୁଖ୍ୟ କହିଛନ୍ତି, ଆଦିତ୍ୟ L1 ମିଶନ ଗନ୍ତବ୍ୟ ସ୍ଥଳରେ ସ୍ଥାପିତ ହେବା ପରେ ଏହା ଆଗାମୀ ୫ ବର୍ଷ ପାଇଁ ସୂର୍ଯ୍ୟଙ୍କ ଉପରେ ଘଟୁଥିବା ବିଭିନ୍ନ ଘଟଣା ଉପରେ ନଜର ରଖାଯାଇ ପାରିବ । ଥରେ ଏହା ସଫଳତାର ସହିତ ସଂସ୍ଥାପିତ ହୋଇଗଲେ, ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସେଠାରେ ରହିବ ଏବଂ ସମସ୍ତ ତଥ୍ୟ ସଂଗ୍ରହ କରିବ ଯାହା କେବଳ ଭାରତ ପାଇଁ ନୁହେଁ, ସମଗ୍ର ବିଶ୍ୱ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସୂର୍ଯ୍ୟର ଗତିଶୀଳତା ଆମ ଜୀବନରେ କିପରି ପ୍ରଭାବ ପକାଇଥାଏ ତାହା ବୁଝିବା ସହଜ ହୋଇଯିବ ।
ସୂଚନାଥାଉ କି, ଆଦିତ୍ୟ ଏଲ୍୧କୁ ସେପ୍ଟେମ୍ବର ୨ରେ ଶ୍ରୀହାରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ସଫଳତାର ସହ ଲଞ୍ଚ କରାଯାଇଥିଲା । ISRO ଅନୁଯାୟୀ, 'ଆଦିତ୍ୟ- L1' ହେଉଛି ସୂର୍ଯ୍ୟଙ୍କ ଗବେଷଣା ପାଇଁ ପ୍ରଥମ ସ୍ପେସ୍ ଆଧାରିତ ପର୍ଯ୍ୟବେକ୍ଷଣକାରୀ ।












Click it and Unblock the Notifications