Get Updates
Get notified of breaking news, exclusive insights, and must-see stories!

ସୂର୍ଯ୍ୟ କକ୍ଷପଥରେ ପ୍ରବେଶ କରିବ ଆଦିତ୍ୟ-L1

Isro Aditya-L1: ଆଜି ଆଉ ଏକ ଇତିହାସ ରଚିବ ଆଦିତ୍ୟ-L1 । ସୂର୍ଯ୍ୟ କକ୍ଷପଥରେ ପ୍ରବେଶ କରିବ ଭାରତର ପ୍ରଥମ ସୌରଯାନ । ନିର୍ଦ୍ଧାରିତ କକ୍ଷପଥ ଲାଗ୍ରାଞ୍ଜ ପଏଣ୍ଟରେ ଆଦିତ୍ୟ-L1 ନିର୍ଦ୍ଧାରିତ କକ୍ଷପଥ ଛୁଇଁବ । ଏହା ପୃଥିବୀଠାରୁ ୧.୫ ମିଲିୟନ୍ ଅର୍ଥାତ୍ ୧୫ କିଲୋମିଟର ଦୂରରେ ରହିଛି । ସେପ୍ଟେମ୍ବର ୨ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ପୋଲାର ସାଟେଲାଇଟ୍ ଲଞ୍ଚ ଯାନ (PSLV-C57) ଦ୍ୱାରା ଆଦିତ୍ୟ L1 ଲଞ୍ଚ କରାଯାଇଥିଲା। ଆଜି ଏନେଇ ଇସ୍ରୋ ବୈଜ୍ଞାନିକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ ।

ଲଗ୍ରାଞ୍ଜ ପଏଣ୍ଟ ଚାରିପାଖରେ ଥିବା ହାଲେ ଅର୍ବିଟରେ ଆଦିତ୍ୱ ଏଲ ୱାନର ସୁରକ୍ଷିତ ପ୍ରବେଶ କରିବାକୁ ଏହାକ ଗଚିବିଧି ଉପରେ ନଜର ରହିଛି ବୋଲି ଇସ୍ରୋ ପକ୍ଷରୁ ସୂଚନା ଜାରି କରାଯାଇଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂଚନା ଅନୁସାରେ, ଆଇଏସଆରଓ ମୁଖ୍ୟ କହିଛନ୍ତି ଯେ ଏହା L1 ପଏଣ୍ଟରେ ପହଞ୍ଚିବା ପରେ ଆମକୁ ଆଉଥରେ ଇଞ୍ଜିନକୁ ଆରମ୍ଭ କରିବାକୁ ପଡିବ ଯାହା ଏହା ଆଗକୁ ନ ଯାଇ ନିର୍ଦ୍ଦାରିତ ସ୍ଥାନରେ ରହିବ ଏବଂ ଏହାର ଚାରିପାଖରେ ଘୂର୍ଣ୍ଣନ କରିବ ଏବଂ L1 ରେ ରହିବ ।

ISRO

ISRO ମୁଖ୍ୟଙ୍କ ସୂଚନା ଅନୁସାରେ, ଆଦିତ୍ୟ L1 ମିଶନ ଗନ୍ତବ୍ୟ ସ୍ଥଳରେ ସ୍ଥାପିତ ହେବା ପରେ ଏହା ଆଗାମୀ ୫ ବର୍ଷ ପାଇଁ ସୂର୍ଯ୍ୟଙ୍କ ଉପରେ ଘଟୁଥିବା ବିଭିନ୍ନ ଘଟଣା ଉପରେ ନଜର ରଖାଯାଇ ପାରିବ । ଥରେ ଏହା ସଫଳତାର ସହିତ ସଂସ୍ଥାପିତ ହୋଇଗଲେ, ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସେଠାରେ ରହିବ ଏବଂ ସମସ୍ତ ତଥ୍ୟ ସଂଗ୍ରହ କରିବ ଯାହା କେବଳ ଭାରତ ପାଇଁ ନୁହେଁ, ସମଗ୍ର ବିଶ୍ୱ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସୂର୍ଯ୍ୟର ଗତିଶୀଳତା ଆମ ଜୀବନରେ କିପରି ପ୍ରଭାବ ପକାଇଥାଏ ତାହା ବୁଝିବା ସହଜ ହୋଇଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+