ଆଦିତ୍ୟ L-1କୁ ନେଇ ଆସିଲା ବଡ଼ ଅପଡେଟ, ଜାନୁଆରୀ ୬ରେ L-1 ପଏଣ୍ଟରେ ପହଞ୍ଚିବ ଆଦିତ୍ୟ
ଦିଲ୍ଲୀ: ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ- L-1ତାହାର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଯାଉଛି । ପୃଥିବୀଠାରୁ ୧.୫ ମିଲିୟନ୍ କିଲୋମିଟର ଦୂରରେ ଥିବା ଲାଗ୍ରାଙ୍ଗିଆନ୍ ପଏଣ୍ଟ (L-1) ନାମକ ଏହି ସ୍ଥାନ ଏକ ସ୍ୱତନ୍ତ୍ର ସ୍ଥାନ । ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ର ଅଧ୍ୟକ୍ଷ ଏସ ସୋମନାଥ ଏହି ସୂଚନା ଦେଇଛନ୍ତି । ଇସ୍ରୋ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ସେପ୍ଟମ୍ବର ୨ ରେ ଆଦିତ୍ୟ- L-1ଲଞ୍ଚ ହୋଇଥିଲା । ଏହି ମିଶନ୍ ହେଉଛି ଭାରତର ପ୍ରଥମ ସ୍ପେସ୍ ଅବଜରଭେଟୋରୀ ଯାହାକି L-1ର ଏକ ସ୍ୱତନ୍ତ୍ର କକ୍ଷପଥରୁ ସୂର୍ଯ୍ୟଙ୍କୁ ଅଧ୍ୟୟନ କରିଥାଏ, ଯାହାକୁ ହାଲୋ କକ୍ଷପଥ କୁହାଯାଏ ।

ଇସ୍ରୋ ମୁଖ୍ୟ ଏସ୍.ସୋମନାଥ କହିଛନ୍ତି, ୬ ଜାନୁଆରୀ ୨୦୨୪ରେ ଆଦିତ୍ୟ L-1 ସୂର୍ଯ୍ୟଙ୍କ ନିକଟତମ L-1 ପଏଣ୍ଟରେ ପହଞ୍ଚିବ । ତେବେ ଏହା କେତେବେଳେ ପହଞ୍ଚିବ ତା'ର ନିର୍ଦ୍ଧିଷ୍ଟ ସମୟ ଏପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇନାହିଁ । କିନ୍ତୁ ୬ ଜାନୁୟାରୀରେ ଏହା ଏଲ୧ ପଏଣ୍ଟରେ ପହଞ୍ଚିବା ନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ।
ସ ଆହୁରି କହିଛନ୍ତି ଯେତେବେଳେ ଆଦିତ୍ୟ- L-1 , ଏଲ୧ପଏଣ୍ଟରେ ପହଞ୍ଚେ, ସେତେବେଳେ ଆମକୁ ଆଉ ଥରେ ଇଞ୍ଜିନକୁ ଫାୟାର କରିବାକୁ ପଡ଼ିବ । ଯାହା ଦ୍ୱାରା ଏହା ଆଗକୁ ନ ଯାଏ । L-1ଥରେ ତାର ଗନ୍ତବ୍ୟ ସ୍ଥଳ ନିକଟରେ ପହଁଞ୍ଚିବା ପରେ ଏହା ପରବର୍ତ୍ତୀ ପାଞ୍ଚ ବର୍ଷ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ସେଠାରେ ରହିବ ଏବଂ ସେଠାରୁ ସମସ୍ତ ତଥ୍ୟ ସଂଗ୍ରହ କରିବ ।
ପୂର୍ବରୁ ଏହି ମିଶନ୍ ଆଦିତ୍ୟ ଏଲ୧ ରେ ସ୍ଥାପିତ ପେଲୋଡ୍ ସୁଟ୍ (SUIT) ସୂର୍ଯ୍ୟଙ୍କ ଫଟୋ କଏଦ କରିଛି । ଇସ୍ରୋ ଶୁକ୍ରବାର ଦିନ (୮ ଡିସେମ୍ବର) ଏହି ସୂଚନା ଦେଇଥିଲା । ଇସ୍ରୋ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ କରୁ କହିଥିଲା ଯେ, ସୁଟ୍ ପେଲୋଡ୍ ଅଲଟ୍ରାଭାଇଓଲେଟ୍ ୱେଭଲେଙ୍ଗଥ୍ ନିକଟରେ ସୂର୍ଯ୍ୟଙ୍କର ଫୁଲ୍ ଡିସ୍କ ଫଟୋ କଏଦ କରିଛି । ଚିତ୍ରଗୁଡ଼ିକ ୨୦୦ ରୁ ୪୦୦ ଏମ ଏମ ପର୍ଯ୍ୟନ୍ତ ୱେଭଲେଙ୍ଗଥରେ ସୂର୍ଯ୍ୟଙ୍କର ପ୍ରଥମ ଫୁଲ୍-ଡିସ୍କ ରିପ୍ରେଜଣ୍ଟେସନ୍ ସାମିଲ କରେ । ଫଟୋଗୁଡ଼ିକ ସୂର୍ଯ୍ୟଙ୍କ ଫଟୋଗ୍ରାଫି ଓ କ୍ରୋମୋସଫିରର ଜଟିଳ ବିବରଣୀ ପ୍ରଦାନ କରିଥାଏ ।












Click it and Unblock the Notifications