ଅଧୀର ରଞ୍ଜନଙ୍କୁ ଚେତାବନୀ ଦେଲେ ଖଡଗେ, କହିଲେ ସେ କେହି ନୁହଁନ୍ତି.....
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଲାଗି ଦେଶରେ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ଜୋରଦାର ଚାଲିଛି ବୟାନ ବାଜି । ଏହି କ୍ରମରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସକୁ ପଶ୍ଚିମବଙ୍ଗରେ ତୀବ୍ର ବିରୋଧ କରୁଛି କଂଗ୍ରେସ । ପ୍ରଦେଶ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀ ବିଭିନ୍ନ ପ୍ରସଙ୍ଗରେ ମମତାଙ୍କୁ ସମାଲୋଚନା କରୁଛନ୍ତି ।
ଏହାକୁ କିନ୍ତୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ନାପସନ୍ଦ କରିଛନ୍ତି । ଖଡଗେ କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି ସେ ଇଣ୍ଡିଆ ମେଣ୍ଡକୁ ବାହାରୁ ସମର୍ଥନ କରିବେ । ଅତୀତରେ ଏଭଳି ହୋଇଛି । କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ବେଳେ ବାମପନ୍ଥୀ ଦଳ ବାହାରୁ ସମର୍ଥନ କରିଥିଲେ । ନିକଟରେ ମମତା ଏକଥା ମଧ୍ୟ କହିଛନ୍ତି କି ଇଣ୍ଡିଆ ମେଣ୍ଟ ସରକାରରେ ସାମିଲ ହେବେ ।
ଏଥରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି କି ସେ ଇଣ୍ଡିଆ ମେଣ୍ଟ ସହ ଅଛନ୍ତି । ଅଧୀର ଗଞ୍ଜନ ଏହା ଉପରେ ନିଷ୍ପରି ନେବାକୁ କେହି ନୁହନ୍ତି । ହାଇକମାଣ୍ଡ ଓ ଦଳର ଶୀର୍ଷ ନେତୃତ୍ୱ ଏହି ପ୍ରସଙ୍ଗରେ ନିଷ୍ପରି ନେବେ । କିନ୍ତୁ ଯେଉଁମାନେ ହାଇକମାଣ୍ଡଙ୍କ ନିଷ୍ପରିକୁ ଗ୍ରହଣ କରିବେ ନାହିଁ ସେମାନଙ୍କୁ ଦଳରୁ ବିତାଡିତ କରାଯିବ । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ କଂଗ୍ରେସକୁ ଧ୍ୱଂସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ସହ ସେ ସହାନୁଭୂତି କରିପାରିବେ ନାହିଁ ବୋଲି ଅଧିର ରଞ୍ଜନ କହିଛନ୍ତି ।

ସେ କହିଛନ୍ତି ଯେ ପାର୍ଟି କର୍ମୀ ଭାବରେ ସେ ଏହି ଲଢ଼େଇକୁ ବନ୍ଦ କରିପାରିବେ ନାହିଁ । ଆମର ସଂଗ୍ରାମ ଟିଏମସି ବିରୋଧରେ ଏକ ଆଦର୍ଶଗତ ଲଢ଼େଇ ଏହା ଏକ ବ୍ୟକ୍ତିଗତ ଲଢ଼େଇ ନୁହେଁ । ସେମାନେ ପଶ୍ଚିମବଙ୍ଗରେ ଦଳକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଉଭୟ ବିଜେପି ଏବଂ ଟିଏମସି ଏକାଠି ଅଛନ୍ତି । ଅନ୍ୟପଟେ ନିକଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯଦି କେନ୍ଦ୍ରରେ ଇଣ୍ଡିଆ ମେଣ୍ଟ ସରକାର ଗଠନ ହୁଏ, ତେବେ ଟିଏମସି ବାହାରୁ ସମର୍ଥନ ଦେବ ।
ଏଥି ସହିତ ସେ ଶନିବାର ପୁଣି କହିଥିଲେ ଟିଏମସି ଦିଲ୍ଲୀର ଇଣ୍ଡିଆ ଗ୍ରାଣ୍ଡ ଆଲାଇନ୍ସର ଏକ ଅଂଶ, କିନ୍ତୁ ପଶ୍ଚିମବଙ୍ଗରେ ନୁହେଁ । ଆମେ ଜାତୀୟ ସ୍ତରରେ ଗ୍ରାଣ୍ଡ ଆଲାଇନ୍ସ ସହିତ ଅଛୁ, କିନ୍ତୁ ପଶ୍ଚିମବଙ୍ଗରେ ଟିଏମସି ଏକୁଟିଆ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ।












Click it and Unblock the Notifications