ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ଅଧୀର ରଞ୍ଜନ ଚୌଧୁରୀ !, ଜାଣନ୍ତୁ କାହିଁକି ନେଲେ ଏମିତି ନିଷ୍ପତ୍ତି

2024 ଲୋକସଭା ନିର୍ବାଚନର ଫଳାଫଳ କିଛି ସପ୍ତାହ ପୂର୍ବରୁ ପ୍ରକାଶ ପାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ତୃତୀୟ ଥର ପାଇଁ କେନ୍ଦ୍ରରେ ଏନଡିଏ ସରକାର ଗଠନ ହୋଇଛି। ଗତ ଦୁଇଟି ଲୋକସଭା ନିର୍ବାଚନ ତୁଳନାରେ କଂଗ୍ରେସର ପ୍ରଦର୍ଶନ ଉନ୍ନତ ହୋଇଛି। ତେବେ ପଶ୍ଚିମବଙ୍ଗରେ ଦଳର ପ୍ରଦର୍ଶନ ଖରାପ ରହିଛି। ବଙ୍ଗଳାର କଂଗ୍ରେସ ଦଳର ଖରାପ ପ୍ରଦର୍ଶନ ପାଇଁ ଅଧୀର ରଂଜନ ଚୌଧୁରୀ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ତେବେ ବର୍ତ୍ତମାନ ଅଧୀର ରଂଜନ ନିଜେ ଏହି ପ୍ରସଙ୍ଗରେ ନୀରବତା ଭାଙ୍ଗିଛନ୍ତି।

adhir ranjan chowdhury

ଲୋକସଭା ନିର୍ବାଚନରେ କ୍ରିକେଟର ୟୁସୁଫ ପଠାନଙ୍କ ଠାରୁ ପରାସ୍ତ ହୋଇଥିବା କଂଗ୍ରେସ ଭେଟରାନ ଅଧୀର ରଞ୍ଜନ ଚୌଧୁରୀ ଆଜି ଦଳର ବେଙ୍ଗଲ ମୁଖିଆ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପୂର୍ବରୁ ସେ ରାଜ୍ୟ କଂଗ୍ରେସର ପଦାଧିକାରୀଙ୍କ ସହ ବୈଠକ କରିଥିଲେ। ବୈଠକରେ ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଦୁର୍ବଳ ପ୍ରଦର୍ଶନର ସମୀକ୍ଷା ହୋଇଥିଲା। ବୈଠକ ପରେ ଅଧୀର ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ଅଧୀର ଇସ୍ତଫା ଦେଇଥିବା ବେଳେ ଏହାକୁ କଂଗ୍ରେସ ହାଇକମାଣ୍ଡ ଗ୍ରହଣ କରିଛନ୍ତି କି ନାହିଁ, ସେକଥା ଜଣାପଡ଼ିନି। ସେହିପରି ଅଧୀରଙ୍କ ସ୍ଥାନରେ କିଏ କଂଗ୍ରେସର ବେଙ୍ଗଲ ମୁଖିଆ ହେବେ, ତା'କୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

ନିଜର ଇସ୍ତଫା ଖବରକୁ ନିଶ୍ଚିତ କରି ଶ୍ରୀ ଚୌଧୁରୀ କହିଛନ୍ତି, "ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ସଭାପତି ହେବା ପରେ ରାଜ୍ୟଗୁଡ଼ିକରେ ସଭାପତି ବୋଲି ଆଉ କେହି ନାହାନ୍ତି। ଯେତେବେଳେ ରାଜ୍ୟରେ ପୂର୍ଣ୍ଣକାଳୀନ ସଭାପତି ନିଯୁକ୍ତ ହେବେ, ସେକଥା ଆପଣମାନେ ଜାଣିପାରିବେ।"

ଦିନକ ତଳେ ରାଜ୍ୟସଭା ସାଂସଦ ତଥା କଂଗ୍ରେସ ଭେଟରାନ ପି ଚିଦାମ୍ବରମ ପଶ୍ଚିମଙ୍ଗର ସଚିବାଳୟ ନବାନ୍ନଙ୍କୁ ଆସିଥିଲେ। ଏଠାରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ପ୍ରାୟ ୩୫ ମିନିଟ ଧରି ଆଲୋଚନା କରିଥିଲେ। ଏହି ବୈଠକ ପରେ ହିଁ ଚୌଧୁରୀ କଂଗ୍ରେସ ସଭାପତି ପଦ ଛାଡ଼ିଛନ୍ତି।

ମୁର୍ଶିଦାବାଦର ବହରମପୁରରୁ ୫ଥର ଲୋକସଭାକୁ ଯାଇଥିବା ଅଧୀନ ଏଥର ଟିଏମସି ପ୍ରାର୍ଥୀ ପଠାନଙ୍କ ଠାରୁ ପରାସ୍ତ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+