ହାତ ଛାଡ଼ିବେ ଅଧୀର!
Lok Sabha Election:ପଶ୍ଚିମବଙ୍ଗରେ ଟିଏମସି ଏବଂ କଂଗ୍ରେସ ମଧ୍ୟରେ ମିଳିତତା ସମ୍ପର୍କରେ ଆଲୋଚନା ଚାଲିଛି । ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଟିଏମସି ମୁଖ୍ୟ ମମତା ବାନାର୍ଜୀ କଂଗ୍ରେସକୁ ୫ ଟି ଲୋକସଭା ଆସନ ଦେବାକୁ ପ୍ରସ୍ତୁତ ହୋଇଛନ୍ତି । ଏହାପୂର୍ବରୁ ମମତା କଂଗ୍ରେସକୁ ଦୁଇଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତାବ ଦେଇଥିଲେ । ତା'ପରେ କଂଗ୍ରେସ ଲୋକସଭା ସାଂସଦ ଅଧିର ରଂଜନ ଚୌଧୁରୀ କହିଥିଲେ ଯେ ଆମେ ଭିକାରୀ ନୁହଁ । ଏବେ ଚର୍ଚ୍ଚା ହେଉଛି ଯେ ଟିଏମସି ଏବଂ କଂଗ୍ରେସ ମଧ୍ୟରେ ମିଳିତତା ରହିଲେ ଅଧିର ଦଳ ଛାଡିପାରନ୍ତି ।
ତେବେ ପଶ୍ଚିମବଙ୍ଗରେ ମେଣ୍ଟକୁ ନେଇ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ତଥା ଲୋକସଭାରେ କଂଗ୍ରେସର ନେତା ଅଧିର ରଞ୍ଜନ ଚୌଧୁରୀ ସନ୍ତୁଷ୍ଟ ନ ଥିବା ଜଣାପଡିଛି । ଏଥି ଲାଗି ଚୌଧୁରୀ କଂଗ୍ରେସ ଛାଡିବା ନେଇ ଚେତାବନୀ ମଧ୍ୟ ଦେଇଛନ୍ତି, ଯାହା ଏବେ କଂଗ୍ରେସ ହାଇକମାଣ୍ଡଙ୍କ ନିମନ୍ତେ ମୁଣ୍ଡବିନ୍ଧାର କାରଣ ସାଜିଛି ।

ରାଜ୍ୟରେ ଟିଏମସି ସହିତ ମେଣ୍ଟ ନିଷ୍ପତ୍ତି ନେଇ ଅଧିର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ଚେତାବନୀ ଦେଇଛନ୍ତି ଯେ, ରାଜ୍ୟରେ ଯଦି କଂଗ୍ରେସ ଓ ଟିଏମସି ମେଣ୍ଟ ହୁଏ ତେବେ ସେ ଭାଜପାରେ ଯୋଗ ଦେବେ । ତାଙ୍କର ଏହି ପଦକ୍ଷେପ କଂଗ୍ରେସ ଲାଗି ଏକ ବଡ଼ ସମସ୍ୟା ସୃଷ୍ଟି କରିପାରେ ।
ଅନ୍ୟପଟେ ଦାବି ହେଉଛି ଯେ ଅଧୀର ରଂଜନ ଚୌଧୁରୀ ବିଜେପିରେ ଯୋଗ ଦେଇପାରନ୍ତି । ଅଧୀର ମମତ ବାନାର୍ଜୀଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି । ସେ ମମତା ସରକାରଙ୍କୁ ଅନେକ ଥର ଟାର୍ଗେଟ କରିଛନ୍ତି । ଟିଏମସି ଏବଂ କଂଗ୍ରେସ ମଧ୍ୟରେ ମିଳିତ ଅଭାବର ଅନ୍ୟତମ କାରଣ ବୋଲି ମଧ୍ୟ ଅଧୀର ରଂଜନ ଚୌଧୁରୀଙ୍କୁ କୁହାଯାଏ ।












Click it and Unblock the Notifications