ସଭାପତି ପଦରୁ ବିଦା ହେଲେ ଅଧୀର ରଂଜନ

ନୂଆଦିଲ୍ଲୀ: ଏକଦା ପଶ୍ଚିମବଙ୍ଗରେ କଂଗ୍ରେସର ଏକମାତ୍ର ସ୍ୱର ପାଲଟିଥିବା ରାଜ୍ୟ କଂଗ୍ରେସ ସଭାପତି ଅଧୀର ରଂଜନ ଚୌଧୁରୀ ବର୍ତ୍ତମାନ ଏହି ଦାୟିତ୍ୱରୁ ହଟାଇ ଦିଆଯାଇଛି । ଟିଏମସି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ତାଙ୍କର କଡ଼ା ମନ୍ତବ୍ୟ ଯୋଗୁଁ ଅନେକ ସମୟରେ ଦଳର ହାଇ କମାଣ୍ଡରେ ଅସୁବିଧାରେ ପକାଉଥିବା ଦେଖିବାକୁ ମିଳିଥିଲା ।

ଦଳର ଏଭଳି ପଦକ୍ଷେପକୁ ନେଇ ଅଧୀର ରଞ୍ଜନ ତୀବ୍ର ସମାଲୋଚନା କରିଛନ୍ତି । ଗଣମାଧ୍ୟମକୁ ଅଧୀର କହିଛନ୍ତି, ଲୋକସଭା ନିର୍ବାଚନରେ ପରାଜୟ ପରେ ସେ ଦଳରୁ ଇସ୍ତଫା ଦେଇଥିଲେ । ଇସ୍ତଫା ପତ୍ରକୁ ଦଳ ଗ୍ରହଣ କଲା କିମ୍ବା ଅଗ୍ରାହ୍ୟ କଲା ସେକଥା ଜଣାଇଲା ନାହିଁ । ସେ କହିଛନ୍ତି, କଂଗ୍ରେସର ସମ୍ବିଧାନ ଅନୁସାରେ ଯେଉଁଦିନ ମଲ୍ଲିକାର୍ଜୁନ ଖଡ଼ଗେ ଦଳର ସଭାପତି ହେଲେ ସେହି ସମୟରେ ଦେଶରେ ଦଳର ସମସ୍ତ କର୍ମକର୍ତ୍ତାଙ୍କ ପଦବି ମଧ୍ୟ ଅସ୍ଥାୟୀ ହୋଇଯାଇଥିଲା ।

adhir ranjan

ଯେତେବେଳେ ନିର୍ବାଚନ ଚାଲିଥିଲା ସେତେବେଳେ ଖଡ଼ଗେ ଟେଲିଭିଜନରେ କହିଥିଲେ ଯଦି ଆବଶ୍ୟକ ହୁଏ ତେବେ ତାଙ୍କୁ ଅଲଗା ରଖାଯିବ, ଏହା ତାଙ୍କୁ ଦୁଃଖ ଦେଇଥିଲା । ନିର୍ବାଚନ ପରେ ସେ ଖଡ଼ଗେଙ୍କୁ କହିଥିଲେ ତାଙ୍କ ବଦଳରେ ଆଉ କାହାରିକୁ ଦାୟିତ୍ୱ ଦିଅନ୍ତୁ । କିନ୍ତୁ ଦଳ କୌଣସି ପ୍ରତିକ୍ରିୟା ଦେଇନଥିଲା ।

ଏବେ ତାଙ୍କ ଅଧ୍ୟକ୍ଷତାରେ ପଶ୍ଚିମବଙ୍ଗ ରାଜ୍ୟ କଂଗ୍ରେସର ବୈଠକ ଡାକିବାକୁ ଏଆଇସିସି କହିଥିଲା । ନିର୍ଦ୍ଦେଶାନୁସାରେ ସେ ବୈଠକ ଆୟୋଜନ କରିଥିଲେ । ବୈଠକରେ ଗୁଲାମ ଅଲି ର୍ମି ମୋତେ ଦେଖାଇ କହିଥିଲେ ଯେ ଏଠାରେ ଦଳର ପୂର୍ବ ସଭାପତି ବସିଛନ୍ତି । ସେଠାରେ ଜାଣିଲି ମୋର ପଦବି ଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+