ଆଜି ରାଧିକା ମର୍ଚ୍ଚାଣ୍ଟଙ୍କ ହାତ ଧରିବେ ଅନନ୍ତ ଅମ୍ବାନୀ
Anant Ambani Wedding: ଆଜି ବିଶିଷ୍ଟ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ରାଧିକା ମର୍ଚାଣ୍ଟଙ୍କ ବିବାହ । ଏହି କାର୍ଯ୍ୟକ୍ରମ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଅନୁଷ୍ଠିତ ହେବ । ଯେଉଁଥିରେ ଯୋଗଦେବେ ଦେଶ ତଥା ବିଦେଶର ଅନେକ ବଡ଼ ବଡ଼ ସେଲିବ୍ରିଟି ।

ବଲିଉଡ ସହ ଅନେକ ଆନ୍ତର୍ଜାତୀୟ ଅତିଥିମାନେ ମଧ୍ୟ ଯୋଗଦେବେ। ଅନନ୍ତ-ରାଧିକାଙ୍କ ବିବାହ କାର୍ଯ୍ୟକ୍ରମ 3 ଦିନ ପର୍ଯ୍ୟନ୍ତ ଜାରି ରହିବ , ଯାହା 12 ଜୁଲାଇରେ ଶୁଭ ବିବାହ (ବିବାହ) ରୁ ଆରମ୍ଭ ହେବ । ଏହା ପରେ 13 ଜୁଲାଇରେ ଶୁଭ ଆଶୀର୍ବାଦ ସମାରୋହ ଏବଂ 14 ଜୁଲାଇରେ ମଙ୍ଗଲ ବିବାହ ରିସେପ୍ସନ୍ ହେବା ନେଇ ସୂଚନା ରହିଛି ।












Click it and Unblock the Notifications