Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀ ନଗର ନିଗମ ନିର୍ବାଚନ, ପରାଜୟ ପରେ ଇସ୍ତଫା ଦେଲେ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା

ଦିଲ୍ଲୀ ନଗର ନିଗମ ନିର୍ବାଚନ ପରାଜୟ ପରେ, ଇସ୍ତଫା ଦେଲେ ଆଦେଶ ଗୁପ୍ତା

ନୂଆଦିଲ୍ଲୀ:ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ପରାଜୟ ପରେ ଇସ୍ତଫା ଦେଲେ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା । ଆଜି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ତାଙ୍କ ଇସ୍ତଫାକୁ ସ୍ୱୀକାର କରିଥିବା ନେଇ ସୂଚନା ରହିଛି ।

Adesh Gupta Resigns

ସୂଚନା ଅନୁସାରେ, MCD ନିର୍ବାଚନରେ ମୋଟ୍ ୨୫୦ଟି ୱାର୍ଡ ମଧ୍ୟରେ ବିଜେପି ୧୦୪ଟି ୱାର୍ଡରେ ବିଜୟଲାଭ କରିଥିବା ବେଳେ ଆମ ଆଦମୀ ପାର୍ଟି ୧୩୫ଟି ୱାର୍ଡରେ ବିଜୟଲାଭ କରିଥିଲା । ଆଦେଶ ଗୁପ୍ତା ଏମସିଡିର ୱାର୍ଡ ନମ୍ବର ୧୪୧ ରାଜେନ୍ଦ୍ର ନଗରରେ ରହୁଥିଲେ ହେଲେ ଏହି ୱାର୍ଡରେ ଆମ ଆଦମୀ ପାର୍ଟିର ଆରତୀ ଚାୱଲା ବିଜୟ ହାସଲ କରିଥିଲେ ।

ଗତ ୧୫ ବର୍ଷ ଧରି ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି) ଉପରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟିର ଦବଦବା ଧିରେ ଧିରେ କମ ହେଉଥିବାର ଦେଖିବା ପାଇଁ ମିଳୁଛି । ଡିସେମ୍ବର ୭ରେ ଅନୁଷ୍ଠିତ MCD ନିର୍ବାଚନ ଫଳାଫଳରେ ଆମ୍ ଆଦମୀ ପାର୍ଟି (AAP) ବହୁମତ ହାସଲ କରିଛି । ଏମସିଡିରେ ପରାଜୟ ପାଇଁ ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତା ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ନିର୍ବାଚନରେ ​​ପରାଜୟର ଦାୟିତ୍ୱ ମଧ୍ୟ ନେଇଛନ୍ତି । ସୂଚନାନୁସାରେ, ଆଦେଶ ଗୁପ୍ତା ତାଙ୍କ ଇସ୍ତଫା ପତ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପାଖକୁ ପଠାଇଛନ୍ତି । ନଡ୍ଡା ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+