ପୁରୀରେ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ଭାଗ ନେବେ ଆଦାନୀ; ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଓ ଆଲୋଚନା
ଓଡ଼ିଶାରେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ। ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ପୁରୀରେ ପହଞ୍ଚିଛନ୍ତି। । ପୁରୀରେ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ଭାଗ ନେବେ । ଜଗା ଦର୍ଶନ କରିବେ। ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଓ ଆଲୋଚନା।

ମହାକୁମ୍ଭ ମେଳା ପରେ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସେବା ପ୍ରଦାନ କରାଯିବ । ଲୋକଙ୍କ ଧାର୍ମିକ ଭାବନାକୁ ସମ୍ମାନ ଦେଇ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ସେବା ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛି । ମହାପ୍ରଭୁ ଜଗନ୍ନାଥଙ୍କ ଏହି ନବଦିନାତ୍ମକ ଯାତ୍ରାରେ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଏହି ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ସେ ଆସିଛନ୍ତି ।
ତେବେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବିଳମ୍ୱରେ ଗଡ଼ିବା ନେଇ ଅନେକ ପ୍ରଶ୍ନ ଉଠିଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଉ ବିଳମ୍ୱ ହେବା ସତ୍ତ୍ୱେ ମଧ୍ୟ ଆଲୋଚନା ପରେ ସନ୍ଧ୍ୟା ୭.୪୫ରେ ଗଡ଼ିଲା ନନ୍ଦିଘୋଷ ରଥ ।
ହେଲେ ତାହା ମାତ୍ର ଅଳ୍ପବାଟ ପର୍ଯ୍ୟନ୍ତ । ରାତି ହୋଇଯାଇଥିବାରୁ ନନ୍ଦିଘୋଷ ରଥକୁ ଅଳ୍ପବାଟ ପର୍ଯ୍ୟନ୍ତ ଟଣାଯାଇ ଅଟକା ଯାଇଥିଲା । ତେଣୁ ଏବେବି ସିଂହଦ୍ୱାର ଆଗରେ ରହିଛି ନନ୍ଦିଘୋଷ ରଥ । ଆଉ ସେପଟେ ବଳଗଣ୍ଡିରେ ତାଳଧ୍ୱଜ, ମରିଚିକୋଟରେ ଦର୍ପଦଳନ ରଥକୁ ରଖାଯାଇଛି ।
ଏପଟେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବିଳମ୍ୱରେ ଗଡ଼ିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ରଥଯାତ୍ରାରେ ପୂର୍ବ ବର୍ଷ ଅପେକ୍ଷା ଏବର୍ଷ ଦେଢ ଗୁଣ ଅଧିକ ଲୋକ ହେଇଛନ୍ତି । ତେଣୁ ଶ୍ରଦ୍ଧାଳୁ କର୍ଡନ ଭିତରକୁ ପଶିଯାଇଥିଲେ । ଆଉ ଭକ୍ତଙ୍କୁ କର୍ଡନ ଭିତରୁ ବାହାର କରିବା ପରେ ନନ୍ଦିଘୋଷ ରଥ ଟଣାଗଲା । ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଗଲା । ଏପଟେ ଖୋଲା ଆକାଶ ତଳେ ବଡଦାଣ୍ଡରେ ମହାପ୍ରଭୁଙ୍କୁ ପୁଣି ଗୋଟେ ଦିନ ଦର୍ଶନ କରିବାର ସୌଭାଗ୍ୟ ପାଇ ଭକ୍ତ କିନ୍ତୁ ଭାରି ଖୁସି ।












Click it and Unblock the Notifications