କେରଳରେ ୩୦,୦୦୦ କୋଟି ଟଙ୍କା ନିବେଶ କରିବ ଆଦାନୀ ଗ୍ରୁପ୍ , ଏହି ସେକ୍ଟର ଗୁଡିକ ଉପରେ ରହିବ ଫୋକସ୍
ଆଦାନୀ ଗ୍ରୁପ୍ କଲା ବଡ଼ ଘୋଷଣା , କେରଳରେ ଏହି ଗ୍ରୁପ୍ କରିବ ବଡ଼ ନିବେଶ । ଯାହା ଦ୍ୱାରା ରାଜ୍ୟରେ ଅନେକ ସେକ୍ଟର ଗୁଡ଼ିକ ବିକାଶ ହେବ । ଦେଶର ଦ୍ୱିତୀୟ ଧନୀ ବ୍ୟକ୍ତି ତଥା ବିଶିଷ୍ଠ ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍ ୩୦,୦୦୦ କୋଟି ଟଙ୍କା ନିବେଶ କରିବାକୁ ଯାଉଛି । ଆଉ ଏହି ସମସ୍ତ ନିବେଶ ଆସନ୍ତା ୫ ବର୍ଷ ମଧ୍ୟରେ ଦକ୍ଷିଣ ଭାରତୀୟ ରାଜ୍ୟ କେରଳରେ କରାଯିବ ।
ଇନଭେଷ୍ଟ କେରଳ ଗ୍ଲୋବାଲ ସମ୍ମିଳନୀରେ ଆଦାନୀ ପୋର୍ଟ ଏବଂ SEZ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ କରଣ ଆଦାନୀ କହିଛନ୍ତି ଯେ ଆମେ ଅତିରିକ୍ତ ୨୦,୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛୁ । ସୂଚନାଯୋଗ୍ୟ ଯେ,ଯେ, ଆଦାନୀ ଗ୍ରୁପ୍ କେରଳର ଭିଜିଞ୍ଜାମ ବନ୍ଦରର ବିକାଶ କରିସାରିଛି। ଏହା ସହିତ ଏହା କେରଳର ରାଜଧାନୀ ଥିରୁୱନ୍ତପୁରମ୍ ରେ ବିମାନବନ୍ଦର ଏହି ଗ୍ରୁପ୍ ଚଳାଉଛି। ଆଦାନୀ ଗ୍ରୁପ୍ ରାଜ୍ୟରେ ଏହାର ସିମେଣ୍ଟ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ସହିତ ଏକ ଲଜିଷ୍ଟିକ୍ ଏବଂ ଇ-ବାଣିଜ୍ୟ କେନ୍ଦ୍ରର ବିକାଶ କରିବାକୁ ଯାଉଛି ।
ଥିରୁୱନ୍ତପୁରମ୍ ବିମାନବନ୍ଦରର କ୍ଷମତା ବୃଦ୍ଧି କରିବ ଆଦାନୀ ଗ୍ରୁପ୍

ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍ ଭିଜିନଜାମ ବନ୍ଦରର ବିକାଶ କରୁଛି ଏବଂ ଏହା ପୂର୍ବରୁ ଏହି ବନ୍ଦରର ବିକାଶ ଲାଗି ୫୦୦୦ କୋଟି ଟଙ୍କା ନିବେଶ କରିସାରିଛି। କରଣ ଆଦାନୀ କହିଛନ୍ତି ଯେ ଏହି ଗ୍ରୁପ୍ ୫୫୦୦ କୋଟି ଟଙ୍କା ନିବେଶ ଥିରୁୱନ୍ତପୁରମ୍ ବିମାନବନ୍ଦରର କ୍ଷମତା ୪୫ ଲକ୍ଷ ଯାତ୍ରୀଙ୍କଠୁ ବାର୍ଷିକ ୧.୨ କୋଟି ଯାତ୍ରୀ କରିବ । କୋଚିରେ ଲଜିଷ୍ଟିକ୍ସ ଏବଂ ଇ-କମର୍ସ ସେଣ୍ଟର ମଧ୍ୟ ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି। ଏହା ବ୍ୟତୀତ କୋଚିରେ ସିମେଣ୍ଟ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ । ମୋଟ ଉପରେ, ଏହି ଗ୍ରୁପ୍ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ କେରଲରେ ୩୦,୦୦୦ କୋଟି ଟଙ୍କା ବିନିଯୋଗ କରିବ ।












Click it and Unblock the Notifications