Adani Share Crash: ଆଜି ମଧ୍ୟ ଅଦାନୀ ଗ୍ରୁପ୍‌ର ସେୟାର ହ୍ରାସ, ନିବେଶକ ହରାଇଲେ କୋଟି କୋଟି ଟଙ୍କା

Adani Share Crash: ଆଦାନୀ ଗ୍ରୁପ୍'ର ସେୟାର କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ଆମେରିକାରେ ଗୌତମ ଆଦାନୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ପରେ ​​ଏବଂ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯାଇଛି । ଏହା ପରେ ଆଦାନୀ ଗ୍ରୁପର ସମସ୍ତ ସେୟାର କ୍ରାସ୍ ହୋଇଯାଇଛି । ଚାରୋଟି ସେୟାରରେ 20 ପ୍ରତିଶତରେ ଲୋୟର ସର୍କିଟ ଲାଗୁ ହୋଇଯାଇଛି ।

କେବଳ ଗୋଟିଏ ଦିନରେ ନିବେଶକଙ୍କର କୋଟି କୋଟି ଟଙ୍କାର କ୍ଷତି ହୋଇଛି । ଆଜି ମଧ୍ୟ ଆଦାନୀ ଗ୍ରୁପର ସମସ୍ତ ସେୟାର ହ୍ରାସ ହୋଇଛି । ଆଦାନୀ ଏଣ୍ଟରପ୍ରାଇଜେସ୍ ସେୟାର ବିଷୟରେ କହିବାକୁ ଗଲେ ଏଥିରେ 3.5 ପ୍ରତିଶତ ହ୍ରାସ ଘଟିଛି। 80 ପଏଣ୍ଟ ହ୍ରାସ ସହିତ ଷ୍ଟକ୍ 2104 ରେ କାରବାର କରୁଛି ।

Adani Group s share

ସେହିପରି ଆଦାନୀ ପାୱାର 2.78 ପ୍ରତିଶତ ହ୍ରାସ ପାଇଛି ଏବଂ ଏହି ସେୟାର 464 ଟଙ୍କାରେ ଡ୍ରେଡ୍ କରୁଛି । ଆଦାନୀ ସଲ୍ୟୁସନ ବିଷୟରେ କହିବାକୁ ଗଲେ ଏହା 8 ପ୍ରତିଶତରୁ ଅଧିକ ହ୍ରାସ ଘଟିଛି । ଏହି ଷ୍ଟକ୍ 55 ପଏଣ୍ଟ ହ୍ରାସ ସହିତ 643 ଟଙ୍କାରେ ଡ୍ରେଟ୍ କରୁଛି ।

ଆଦାନୀ ପୋର୍ଟରେ ମଧ୍ୟ ସମାନ ଧାରା ଦେଖିବାକୁ ମିଳୁଛି । ଏଥିରେ 3.23 ପ୍ରତିଶତ ହ୍ରାସ ଘଟିଛି। ଏହି ଷ୍ଟକ୍ 35 ପଏଣ୍ଟ ହ୍ରାସ ସହିତ 1079 ରେ ଡ୍ରେଡ୍ କରୁଛି । ଆଦାନୀ ଗ୍ରୀନ୍ ସେୟାରରେ 8 ପ୍ରତିଶତ ହ୍ରାସ ଘଟିଛି ଏହା 93 ପଏଣ୍ଟ ହ୍ରାସ ସହିତ ଏହା 1054"ରେ ଟ୍ରେଡ୍ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+