ଏଣିକି ଆଦାନୀ ଗ୍ରୁପ ବିକ୍ରି କରିବ ଟ୍ରେନ୍ ଟିକେଟ୍, ‘ଟ୍ରେନ୍ ମ୍ୟାନ’ର ସମସ୍ତ ସେୟାର କିଣିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ଆଦାନୀ ଏଣ୍ଟରପ୍ରାଇଜେସ୍ ଖୁବଶୀଘ୍ର ଅନଲାଇନରେ ଟ୍ରେନ୍ ଟିକେଟ୍ ବିକ୍ରି ବ୍ୟବସାୟ କରିବାକୁ ଯାଉଛି । ଏହା ସହିତ ଆଦାନୀ ଗ୍ରୁପ ଅନଲାଇନରେ ଟ୍ରେନ ଟିକେଟ୍ ବୁକିଂ ବ୍ୟବସାୟରେ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ର ଏକଚାଟିଆ ବ୍ୟବସାୟକୁ ଚ୍ୟାଲେଞ୍ଜ କରିବ ।

କହିରଖୁ କି, ତୃତୀୟ ପକ୍ଷ ଭାବରେ ପୂର୍ବରୁ ଏହି ଟିକେଟ ଷ୍ଟାର୍କ ଏଣ୍ଟରପ୍ରାଇଜେସ ପ୍ରାଇଭେଟ ଲିମିଟେଡ ବା ଏସଇପିଏଲ ଯାହାର ଅନ୍ୟ ନାମ 'ଟ୍ରେନମ୍ୟାନ' ବିକ୍ରି କରେ । କିନ୍ତୁ ଏବେ ଏହି କମ୍ପାନୀକୁ ଆଦାନୀଙ୍କ ଏକ ସହଯୋଗୀ କମ୍ପାନୀ କିଣିବାକୁ ଯାଉଛି । ଏଥିପାଇଁ ଚୁକ୍ତି ମଧ୍ୟ ହୋଇଛି । ଶତ ପ୍ରତିଶତ ଚୁକ୍ତି ହୋଇଥିବାରୁ ଏବେ ଟ୍ରେନ ଟିକେଟ ଆଦାନୀ କମ୍ପାନୀ ହାତରେ ରହିବ ବୋଲି କୁହାଯାଉଛି । ଆଦାନୀ ଗ୍ରୁପ ଏ ନେଇ ଷ୍ଟକ ମାର୍କେଟକୁ ଅବଗତ କରାଇଛି ।

Adani Group

ଏସଇପିଏଲର ଶହେ ପ୍ରତିଶତ ଅଂଶଧନ ଅଧିଗ୍ରହଣ ସଂପର୍କରେ ସେୟାର କିଣିବା ଚୁକ୍ତି ବିଷୟରେ ସୂଚନା ଦେଇ ଆଦାନୀ ଗ୍ରୁପ କହିଛି ଯେ କମ୍ପାନୀର ସମ୍ପୂର୍ଣ୍ଣ ମାଲିକାନା ସହାୟକ କମ୍ପାନୀ ଆଦାନି ଡିଜିଟାଲ୍ ଲ୍ୟାବ୍ସ ପ୍ରାଇଭେଟ ଲିମିଟେଡ୍ (ଏଡିଏଲ୍) ଏକ ଅଂଶଧନ କିଣି ଚୁକ୍ତି କରିଛି। ଏସଇପିଏଲ ସହିତ 100% ଅଂଶଧନ ଅଧିଗ୍ରହଣ ସଂପର୍କରେ ଏକ ସେୟାର କିଣିବା ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ନିକଟରେ ହିଣ୍ଡେନବର୍ଗ ରିପୋର୍ଟ ଆଦାନୀଙ୍କର ଅନେକ କ୍ଷତିର କାରଣ ପାଲଟି ଥିବା ବେଳେ ଏହି ମାମଲାର ତଦନ୍ତ ଚାଲିଛି । ଅନ୍ୟପଟେ ଆଦାନୀ ନିଜ କ୍ଷତିଭରଣ କରି ବଜାରରେ ନିଜର ସ୍ଥିତି ମଜବୁତ କରିସାରିଥିବା ଜଣାପଡିଛି । ଆଉ ଏହାରି ଭିତରେ ସମାଲୋଚକଙ୍କ ମତରେ ରେଲୱେ ବିଭାଗ ଉପରେ ଆଦାନୀଙ୍କ ଆଖି ପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+