ଭାରତରେ ତିଆରି ହେବ ରିଜିଓନାଲ୍ ବିମାନ, ଆଦାନି–ଏମ୍ବ୍ରାଏର ସହ ହାତ ମିଳାଇଲେ

ନୂଆଦିଲ୍ଲୀ: ଆଦାନି ଗ୍ରୁପ୍ ଓ ବ୍ରାଜିଲର ପ୍ରମୁଖ ବିମାନ ନିର୍ମାତା କମ୍ପାନୀ ଏମ୍ବ୍ରାଏର ଭାରତରେ ରିଜିଓନାଲ୍ ବିମାନ ଉତ୍ପାଦନ ସୁବିଧା ସ୍ଥାପନ ପାଇଁ ଏକ ରଣନୀତିଗତ ସହଯୋଗ ଘୋଷଣା କରିଛନ୍ତି। ଏହି ସହଯୋଗ ଦେଶର ଦେଶୀୟ ଉତ୍ପାଦନ କ୍ଷମତାକୁ ଶକ୍ତିଶାଳୀ କରିବା ସହ ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ଗତି ଦେବ।

adani

ମଙ୍ଗଳବାର ନାଗରିକ ବିମାନ ମନ୍ତ୍ରଣାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଦାନି ଡିଫେନ୍ସ ଆଣ୍ଡ ଏୟାରୋସ୍ପେସ୍ ଓ ଏମ୍ବ୍ରାଏର ମଧ୍ୟରେ ଏହି ସହଯୋଗ ପାଇଁ MoU ସ୍ୱାକ୍ଷରିତ ହୋଇଛି। ଏହି ପ୍ରକଳ୍ପ ଅନ୍ତର୍ଗତ ଭାରତରେ ଏମ୍ବ୍ରାଏରର ରିଜିଓନାଲ୍ ବିମାନ ପାଇଁ Final Assembly Line (FAL) ସ୍ଥାପନ କରାଯିବ। ଏମ୍ବ୍ରାଏର 150 ସିଟ୍‌ ପର୍ଯ୍ୟନ୍ତ କ୍ଷମତା ଥିବା ବାଣିଜ୍ୟିକ ବିମାନ ଉତ୍ପାଦନ କରେ।

ଆଦାନି ଡିଫେନ୍ସ ଆଣ୍ଡ ଏୟାରୋସ୍ପେସ୍ ନିର୍ଦ୍ଦେଶକ ଶ୍ରୀ ଜୀତ୍ ଆଦାନି କହିଛନ୍ତି ଯେ, ଏହି ସହଯୋଗ ମାଧ୍ୟମରେ ଭାରତରେ ଏକ ପୂର୍ଣ୍ଣାଙ୍ଗ ରିଜିଓନାଲ୍ ବିମାନ ଉତ୍ପାଦନ କେନ୍ଦ୍ର ସ୍ଥାପିତ ହେବ। ପ୍ରକଳ୍ପ ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ ପ୍ରକ୍ରିୟା ଚାଲିଛି ଓ ଆସନ୍ତା କିଛି ମାସ ମଧ୍ୟରେ ଅନ୍ତିମ ନିଷ୍ପତ୍ତି ନିଆଯିବ।

ନାଗରିକ ବିମାନ ସଚିବ ଶ୍ରୀ ସମୀର କୁମାର ସିନ୍ହା କହିଛନ୍ତି ଯେ, ଏହି ସହଯୋଗ କେବଳ ବିମାନ ଏସେମ୍ବଲିରେ ସୀମିତ ନୁହେଁ, ବରଂ ଟେକ୍ନୋଲୋଜି ହସ୍ତାନ୍ତର, ଦକ୍ଷତା ବିକାଶ ଓ ଏକ ମଜବୁତ ସପ୍ଲାଇ ଚେନ୍ ଗଢ଼ି ତୋଳିବାରେ ମଧ୍ୟ ସାହାଯ୍ୟ କରିବ।

ନାଗରିକ ବିମାନ ମନ୍ତ୍ରୀ ଶ୍ରୀ କେ. ରାମମୋହନ ନାଏଡୁ କହିଛନ୍ତି ଯେ, ଭାରତରେ ବିମାନ ଉତ୍ପାଦନ ଓ ବୃଦ୍ଧି ପାଇଁ ଏହା ସର୍ବୋତ୍ତମ ସମୟ। ଏହି ପ୍ରକଳ୍ପ ଟିଅର୍-2 ଓ ଟିଅର୍-3 ସହରଗୁଡ଼ିକରେ ଏୟାର୍ କନେକ୍ଟିଭିଟି ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+