ଆଦାନୀ ଗ୍ରୁପ୍ ବିବାଦ:ଦେଶବ୍ୟାପୀ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ଆଦାନୀ ଗ୍ରୁପ୍ ବିବାଦ । ଆଜିଠୁ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଛି କଂଗ୍ରେସ । ସଂସଦରୁ ସଡ଼କ ପର୍ଯ୍ୟନ୍ତ ପ୍ରତିବାଦ ଆରମ୍ଭ ହୋଇଛି । ଦେଶର ବିଭିନ୍ନ ଏଲଆଇସି ଏବଂ ଏସବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯାଉଛି ।

ମିଳିତ ସଂସଦ କମିଟି' ବା 'ଅଦାଲତଙ୍କ ତତ୍ତ୍ବାବଧାନ'ରେ ଯାଞ୍ଚ ହେଉ ବୋଲି ଦାବି କରି ଆଜି କଂଗ୍ରେସ ସାଂସଦମାନେ ସଂସଦ ଭବନରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି । ସୂଚନାଥାଉ ଯେ, ବିରୋଧିଙ୍କ ହଟ୍ଟଗୋଳ ପାଇଁ ସଂଦର ଉଭୟ ଗୃହ ଦିନ ୨ ଯାଏଁ ମୁଲତବୀ ରଖାଯାଇଥିଲା ।
ସୂଚନା ଅନୁସାରେ, ଏନଏସୟୁଆଇ-ୟୁଥ୍ କଂଗ୍ରେସ' ବିକ୍ଷୋଭ କରୁଥିବା କରାଣରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟଳୟ ବାହାରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ସେପଟେ ଜାମ୍ମୁ-କାଶ୍ମାରେ କଂଗ୍ରେସ କର୍ମୀମାନେ ବାରିକେଟ୍ ଭାଙ୍ଗି ପୋଲିସ ଅଧିକାରୀଙ୍କ ସହିତ ସଂଘର୍ଷ କରିବା ଆରମ୍ଭ କରିଛନ୍ତି । ସେହିପରି ତେଲେଙ୍ଗାନାରେ କଂଗ୍ରେସ କର୍ମୀମାନେ ଷ୍ଟେଟ୍ ବ୍ୟାଙ୍କ ଅଫିସ୍ ଘେରାଉ କରିଛନ୍ତି । ମୁମ୍ବାଇ,ଚେନ୍ନାଇରେ ମଧ୍ୟ ସମାନ ପରିସ୍ଥିତି ଦେଖିବା ପାଇଁ ମିଳୁଛି ।
ସୂଚନାଥାଉ ଯେ, ୨୪ ଜାନୁଆରୀରେ ହିଣ୍ତେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଅଦାନୀ ଗ୍ରୁପକୁ ପ୍ରାୟ ୧୦ ଲକ୍ଷ କୋଟିର କ୍ଷତି ସହିବା ପାଇଁ ପଡିଲାଣି । ଏହି ବିବାଦକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି । ସେପଟେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଅଦାନୀ ଗ୍ରୁପ୍ ଠକେଇ ସହ ଭାରତର ଆର୍ଥିକ ସ୍ଥିତିରେ କୌଣସି ପ୍ରଭାବ ପଡିନାହିଁ ।












Click it and Unblock the Notifications