AI ଓ ଡିଜିଟାଲ ଭବିଷ୍ୟତ ପାଇଁ ୧୦୦ ବିଲିୟନ୍ ଡଲାର ନିବେଶ କରିବ Adani Group
ନୂଆଦିଲ୍ଲୀ: ଅଦାନି ଗ୍ରୁପ୍ ଘୋଷଣା କରିଛି ଯେ, ୨୦୩୫ ସୁଦ୍ଧା ଭାରତରେ ଗ୍ରୀନ୍ ଏନର୍ଜି ଭିତ୍ତିକ AI-ରେଡି ଡାଟା ସେଣ୍ଟର ତିଆରି ପାଇଁ ୧୦୦ ବିଲିୟନ୍ ଆମେରିକୀୟ ଡଲାର ନିବେଶ କରାଯିବ। କମ୍ପାନୀ କହିଛି ଯେ ଏହି ପ୍ରକଳ୍ପ ଭାରତକୁ ଏକ ସ୍ୱାଧୀନ AI ଅବସ୍ଥାପନା ଦେବ ଏବଂ ଦେଶକୁ ବିଶ୍ୱସ୍ତରର AI ନେତା କରିବ।

୨୫୦ ବିଲିୟନ୍ ଡଲାର ପର୍ଯ୍ୟନ୍ତ ମୋଟ ନିବେଶ
ଏହି ପ୍ରୟାସ ଦ୍ୱାରା ସର୍ଭର ମାନୁଫ୍ୟାକ୍ଚରିଂ, କ୍ଲାଉଡ୍ ସେବା ଓ ବିଦ୍ୟୁତ ଅବସ୍ଥାପନା ଖେତ୍ରରେ ଅତିରିକ୍ତ ୧୫୦ ବିଲିୟନ୍ ଡଲାର ନିବେଶ ଆସିପାରେ। ଏହା ସହିତ ୨୦୩୫ ସୁଦ୍ଧା ମୋଟ AI ଇକୋସିଷ୍ଟମ୍ ନିବେଶ ୨୫୦ ବିଲିୟନ୍ ଡଲାର ପହଞ୍ଚିପାରେ।
ଗୌତମ ଆଦାନୀ କହିଛନ୍ତି ଯେ ବିଶ୍ୱ ଏକ ନୂତନ ଟେକ୍ନୋଲୋଜି ବିପ୍ଲବ ଦିଗରେ ଯାଉଛି ଏବଂ ଭାରତ ଏହାକୁ ନେତୃତ୍ୱ ଦେବାକୁ ସକ୍ଷମ।
ବଡ଼ କମ୍ପାନୀ ସହ ସହଯୋଗ
AdaniConneX ମାଧ୍ୟମରେ ଡାଟା ସେଣ୍ଟର କ୍ଷମତା ୨ ଗିଗାୱାଟ୍ ରୁ ୫ ଗିଗାୱାଟ୍ କରାଯିବ।
Google ସହ ଭିଶାଖାପଟ୍ଟଣମରେ ପ୍ରକଳ୍ପ
Microsoft ସହ ହାଇଦ୍ରାବାଦ ଓ ପୁଣେରେ ସହଯୋଗ
Flipkart ସହ ନୂତନ AI ଡାଟା ସେଣ୍ଟର
ଗୁଜରାଟରୁ ମିଳିବ ଶୁଦ୍ଧ ଶକ୍ତି
Khavda Renewable Energy Park ରୁ ଡାଟା ସେଣ୍ଟର ପାଇଁ ଗ୍ରୀନ୍ ଏନର୍ଜି ଯୋଗାଣ ହେବ। ଗ୍ରୁପ୍ ପୁନର୍ନବୀକରଣ ଉର୍ଜା ଓ ବ୍ୟାଟେରୀ ସ୍ଟୋରେଜ୍ ପାଇଁ ଅତିରିକ୍ତ ୫୫ ବିଲିୟନ୍ ଡଲାର ନିବେଶ କରିବ।
ଯୁବ ଦକ୍ଷତା ବିକାଶ
କମ୍ପାନୀ ଶିକ୍ଷା ସଂସ୍ଥାନ ସହ ମିଶି AI ଶିକ୍ଷା କାର୍ୟକ୍ରମ ଓ ଗବେଷଣା କେନ୍ଦ୍ର ଆରମ୍ଭ କରିବ।
ଏହି ନିବେଶକୁ ଭାରତର AI ଓ ଡିଜିଟାଲ୍ ଭବିଷ୍ୟତ ପାଇଁ ବଡ଼ ପଦକ୍ଷେପ ବୋଲି ମନାଯାଉଛି।












Click it and Unblock the Notifications