ନୂଆ ସଂସଦରେ ସେଲିବ୍ରିଟିଙ୍କ ଭିଡ, ଜାଣନ୍ତୁ ମହିଳା ସଂରକ୍ଷଣ ବିଲକୁ ନେଇ କ'ଣ କହିଲେ ଶେହାନାଜ

Bigg Boss Fame Sapna Chaudhary: ଜୀବନରେ କଠିନ ପରିଶ୍ରମ କରି ସପନା ଚୌଧୁରୀ ଆଜି ବହୁତ ସଫଳତା ହାସଲ କରିଛନ୍ତି। ଅଭିନେତ୍ରୀ ସେପ୍ଟେମ୍ବର 19ରେ, ସେ ନୂତନ ସଂସଦ ପରିଦର୍ଶନ କରିବାର ସୁଯୋଗ ପାଇଛନ୍ତି, ସପନା ଚୌଧୁରୀ ନୂତନ ସଂସଦ ଗୃହ ପରିଦର୍ଶନ କରିଥିଲେ ଏବଂ ମହିଳାମାନଙ୍କ ପାଇଁ 33% ସଂରକ୍ଷଣ ବିଲ୍'ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସପନା ହରିୟାଣୀ ସଂଗୀତ ଇଣ୍ଡଷ୍ଟ୍ରିରେ ବହୁତ ଖ୍ୟାତି ଅର୍ଜନ କରିଛନ୍ତି । ନୂତନ ସଂସଦ ଖୋଲିବାର ପ୍ରଥମ ଦିନରେ ସେଠାକୁ ଯିବାର ସୁଯୋଗ ପାଇଥିଲେ ସପନା । ସପନା ସୋସିଆଲ ମିଡିଆରେ ଅନେକ ଫଟୋ ପୋଷ୍ଟ କରି ନିଜ ଅନୁଭୂତି ସମସ୍ତଙ୍କ ସହ ବାଣ୍ଟିଛନ୍ତି ।

 Parliament Special Session

ସେ ଲେଖିଛନ୍ତି, "ଏହା ଠିକ୍ ସମୟ ଥିଲା, ପ୍ରଥମ ଦିନରେ ମୁଁ ଭାରତର ନୂତନ ସଂସଦ ପରିଦର୍ଶନ କରିବାର ମୌକା ପାଇଛି । ନରେନ୍ଦ୍ର ମୋଦି ସରକାର ମହିଳାଙ୍କ ପାଇଁ 33% ସଂରକ୍ଷଣ ବିଲ୍ ଆଣି ମହିଳା ସଶକ୍ତିକରଣ ଦିଗରେ ଭାରତରେ ପ୍ରଥମ ପଦକ୍ଷେପ ନେଇଛନ୍ତି। ସପନାଙ୍କୁ ଏହି ନୂତନ ସଂସଦରେ ମନୋଜ ତିୱାରୀ, କଙ୍ଗନା ରଣାୱତ, ଇଶା ଗୁପ୍ତା, ବବିତା ଫୋଗାଟଙ୍କ ପରି ସେଲିବ୍ରିଟିଙ୍କ ସହ ଦେଖିବା ପାଇଁ ମିଳିଥିଲା ।

ବଲିଉଡ ଅଭିନେତ୍ରୀ ଭୁମି ପେଡନେକର ମଧ୍ୟ ଏହି ଐତିହାସିକ ନିଷ୍ପତ୍ତିକୁ ସ୍ୱାଗତ କରି କହିଛନ୍ତି । ସେ କହିଛନ୍ତି ସମସ୍ତ ମା ଓ ଭଉଣୀଙ୍କ ତରଫରୁ ମୁଁ ସମ୍ମାନିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଏହା ବ୍ୟତୀତ ସମସ୍ତଙ୍କର ପ୍ରିୟ ଶେହେନାଜ ଗିଲ୍ ମଧ୍ୟ ନୂଆ ସଂସଦରେ ପହଞ୍ଚିଥିଲେ ।

 Parliament Special Session

ମହିଳାମାନଙ୍କ ପାଇଁ 33% ସଂରକ୍ଷଣ ବିଲକୁ ନେଇ ଶେହେନାଜ କହିଛନ୍ତି ଯେ, ଆମ ଦେଶରେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ସମାନ ଅଧିକାର ମିଳିବ ୟାଠୁ ଭଲ ବା କ'ଣ ହୋଇପାରେ । ମୁଁ ମହିଳାମାନଙ୍କୁ ସମର୍ଥନ କରିବାକୁ ଏଠାକୁ ଆସିଛି । ଆମେ ଟିଭିରେ ଏସବୁ ଦେଖୁ, ଆଜି ଲାଇଭ୍ ବିତର୍କ ଦେଖି ମୋତେ ଖୁବ୍ ଭଲ ଲାଗୁଛି ।

https://www.instagram.com/p/CxaORBlgq2c/?utm_source=ig_web_copy_linkhttps://www.instagram.com/p/CxaORBlgq2c/?utm_source=ig_web_copy_linkhttps://www.instagram.com/p/CxaORBlgq2c/?utm_source=ig_web_copy_link

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+