ଫିଲ୍ମ ଏମରଜେନ୍ସି ଦେଖିବାକୁ ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ କଲେ ଅଭିନେତ୍ରୀ କଙ୍ଗନା ରାଣାୱତ
ଫିଲ୍ମ ଏମରଜେନ୍ସି ଦେଖିବାକୁ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ । ଏନେଇ ଏକ ସାକ୍ଷାତାକାରରେ ସୂଚନା ଦେଇଛନ୍ତି କଙ୍ଗନା। ସତ୍ୟ କାହାଣୀ ଉପରେ ଆଧାରିତ ଏମରଜେନ୍ସିରେ କଙ୍ଗନାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ତେବେ କାହାଣୀ, ଚରିତ୍ର ଓ ଲୁକ ରିଲିଜ ପୂର୍ବରୁ ହିଁ ଖୁବ ଚର୍ଚ୍ଚାରେ ରହିଛି । ଜାନୁଆରି ୧୭ରେ ରିଲିଜ ହେବ ଏମରଜେନ୍ସି ।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ରାଜନୈତିକ ଜୀବନୀ ଉପରେ ପର୍ଯ୍ୟବେସିତ ଚଳଚ୍ଚିତ୍ରର ଶୀର୍ଷକ ରହିଛି 'ଏମରଜେନ୍ସି ' । ଇନ୍ଦିରା ଗାନ୍ଧୀଙ୍କ ଭୂମିକାକୁ ଅତି ନିଖୁଣ ଭାବରେ ମଣ୍ଡି ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ନିଭାଇଛନ୍ତି।
ଭାରତୀୟ ଗଣତନ୍ତ୍ର ଇତିହାସର ସବୁଠାରୁ ବିବାଦୀୟ ଅଧ୍ୟାୟର ଏକ ବିସ୍ଫୋରକ କାହାଣୀ ଏମରଜେନ୍ସି ଜରିଆରେ ଦର୍ଶକଙ୍କ ସାମ୍ନାକୁ ଆସୁଛି। ଅନେକ ବିରୋଧର ସମ୍ମୁଖୀନ ହେବା ପରେ ଫିଲ୍ମଟି ରିଲିଜ ପାଇଁ ସେନ୍ସର ବୋର୍ଡ ପକ୍ଷରୁ ଗ୍ରୀନ ସିଗନାଲ ପାଇଛି।
ଭିଡିଓ ସେୟାର କରି ଅନୁପମ ଖେର ଲେଖିଛନ୍ତି, "ଆଶ୍ଚର୍ଯ୍ୟଜନକ, କଙ୍ଗନା ରାଣାୱତ ଭାରତୀୟ ଇତିହାସର ସବୁଠାରୁ ଶକ୍ତିଶାଳୀ ମହିଳା ଇନ୍ଦିରା ଗାନ୍ଧୀ ବେଶ ଧାରଣ କରିଛନ୍ତି। ଏହି ମେକଅପ୍ ପାଇଁ ଏକାଡେମୀ ପୁରସ୍କାର ବିଜେତା ଡିଜେ ମାଲିନୋଭସ୍କିଙ୍କ ପ୍ରତିଭା ସହିତ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନକୁ ଦେଖନ୍ତୁ।''












Click it and Unblock the Notifications