ପ୍ରଧାନମନ୍ତ୍ରୀଙ୍କର ପ୍ରଶଂସା କଲେ ଏହି ଅଭିନେତା

Shreyas Talpade Praised PM Modi: ବଲିଉଡ ଅଭିନେତା ଶ୍ରେୟାସ ତାଲପଡେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଖୁବ୍ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଦେଶ ପାଇଁ ଖୁବ ଚିନ୍ତା କରନ୍ତି, ଏଥର ସେ ପୁଣି ନିର୍ବାଚନରେ ବିଜୟ ଲାଭ କରିବେ ଏବଂ ପୁନର୍ବାର ଦେଶର ପ୍ରଧାନମନ୍ତ୍ରୀ ହେବେ। ଜନସାଧାରଣ ପିଏମ ମୋଦୀଙ୍କୁ ବିଶ୍ୱାସ କରନ୍ତି ବୋଲି ମଧ୍ୟ କହିଛନ୍ତି ଅଭିନେତା ।

ଲୋକମତ ଫିଲ୍ମୀଙ୍କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଶ୍ରେୟାସ ତାଲପଡେ କହିଛନ୍ତି- 'ବର୍ତ୍ତମାନର ରାଜନୈତୀକ ପରିସ୍ଥିତିରେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜଣେ ବଡ଼ ପ୍ରଶଂସକ । କାରଣ ପିଏମ ମୋଦୀ ଗତ 10 ବର୍ଷ ଧରି ଆମ ଦେଶ ପାଇଁ କାମ କରିଆସୁଛନ୍ତି। ସେ ପ୍ରଥମେ ଦେଶ ବିଷୟରେ ଚିନ୍ତା କରନ୍ତି । ସେଥିପାଇଁ ଜନସାଧାରଣ ତାଙ୍କ ଉପରେ ବିଶ୍ୱାସ ରଖିଛନ୍ତି । ଶ୍ରେୟାସ ଆହୁରି କହିଛନ୍ତି- ନରେନ୍ଦ୍ର ମୋଦୀ ପୁନର୍ବାର ନିର୍ବାଚିତ ହେବେ ବୋଲି ଜଣାପଡିଛି।'

Narendra modi

ଆମେ ଆପଣଙ୍କୁ କହିଦେଉଛୁ ଯେ, ପୂର୍ବରୁ ଅଭିନେତା ନିଜ ହୃଦଘାତର କାରଣ କରୋନା ଟିକା କୋଭିଶିଲ୍ଡ ବୋଲି କହିଥିଲେ । ଅଭିନେତା କହିଥିଲେ, ମୁଁ କୋଭିଡ -19 ଟୀକାକରଣ ପରେ କ୍ଲାନ୍ତ ଅନୁଭବ କରୁଥିଲି । ତେବେ ମୋ ହୃଦଘାତର କାରଣ କରୋନା ଟିକା କୋଭିସିଲ୍ଡ ମଧ୍ୟ ହୋଇପାରେ । ଶ୍ରେୟସ୍ ଆହୁରି ମଧ୍ୟ କହିଥିଲେ- 'ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ଆମେ ଜାଣିପାରୁ ନାହିଁ ଆମ ଶରୀର ଭିତରେ କଣ ଦିଆଯାଉଛି । Covid-19 ପୂର୍ବରୁ ମୁଁ ଏପରି ଘଟଣା ବିଷୟରେ କେବେ ଶୁଣି ନଥିଲି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+