Get Updates
Get notified of breaking news, exclusive insights, and must-see stories!

ଭୋଜପୁରୀ ଷ୍ଟାର ପବନ ସିଂହଙ୍କ ପତ୍ନୀ ଜ୍ୟୋତି ସିଂହ ସ୍ୱାଧୀନ ପ୍ରାର୍ଥୀ ଭାବରେ ଦାଖଲ କଲେ ନାମାଙ୍କନ

ବିବାଦୀୟ ଭୋଜପୁରୀ ଷ୍ଟାର ପଓ୍ବନ ସିଂହଙ୍କ ପତ୍ନୀ ଜ୍ୟୋତି ସିଂହ ଆଜି ରୋହତାସର କାରାକାଟରୁ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି । ସେ ସ୍ବାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି । ପୂର୍ବରୁ ସେ ଜନ ସୁରାଜ ପାର୍ଟିରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା । କାରାକାଟର ଲୋକମାନଙ୍କ ସେବା ଏବଂ ବିକାଶ ପାଇଁ ସେ ନିର୍ବାଚନ ଲଢ଼ୁଛନ୍ତି ବୋଲି କହିଛନ୍ତି ଜ୍ୟୋତି ସିଂହ । ସେ ବିଧାନସଭାରେ କାରାକଟର ପ୍ରତ୍ୟେକ ଘର ଏବଂ ଗାଁର ସ୍ୱର ଉଠାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

pawan singh
ପଓ୍ବନ ସିଂହ ୨୦୨୪ ଲୋକସଭା ନିର୍ବାଚନରେ ​​ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଦ୍ୱିତୀୟ ସ୍ଥାନରେ ରହିଥିଲେ। ରିପୋର୍ଟ ଅନୁଯାୟୀ, ପଓ୍ବନ ସିଂହଙ୍କ ପରାଜୟ ପରେ ମଧ୍ୟ ତାଙ୍କ ପତ୍ନୀ ଜ୍ୟୋତି ସିଂହ ଏହି ଅଞ୍ଚଳର ଲୋକମାନଙ୍କ ସଂପର୍କରେ ରହିଥିଲେ । ସେମାନଙ୍କ ସୁଖ ଏବଂ ଦୁଃଖରେ ଛିଡ଼ା ହୋଇଥିଲେ । ସେଥିପାଇଁ ତାଙ୍କର ବିଶ୍ବାସ ସେ ବିଜୟୀ ହେବେ । ସେପଟେ ଜ୍ୟୋତି ସିଂହ ନିର୍ବାଚନ ପାଇଁ ଯେତିକି ଚର୍ଚ୍ଚାରେ ଅଛନ୍ତି, ତାଠୁ ଅଧିକ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖବରରେ ରହିଛନ୍ତି । ପଓ୍ବନ ସିଂହ ଏବଂ ଜ୍ୟୋତି ସଂହଙ୍କ ବିବାହ ବିଚ୍ଛେଦ ହେବାକୁ ଯାଉଛି । ଏପରିକି ଜ୍ୟୋତି ସଂହ ଅଭିନେତାଙ୍କ ଠାରୁ ଭରଣ ପୋଷଣ ବାବଦକୁ ୩୦ କୋଟି ଟଙ୍କା ଦାବି କରିଥିବା ଚର୍ଚ୍ଚା ହେଉଛି ।

ପଓ୍ବନ ସିଂହ ଏକ ସାକ୍ଷାତକାରରେ କହିଥିଲେ ଯେ, ଜ୍ୟୋତି ସିଂହ ତାଙ୍କଠାରୁ ଟିକେଟ୍ ପାଇଁ ଲଗାତାର ଦାବି କରୁଥିଲେ । ଜ୍ୟୋତି ସିଂହ ମଧ୍ୟ ପଓ୍ବନ ସିଂହଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ। ଏହା ପରେ ପଓ୍ବନ ସିଂହ ବିହାର ବିଧାନସଭା ନିର୍ବାଚନ ନଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଜ୍ୟୋତି ସିଂହ ଏବେ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଭରିଛନ୍ତି । ପୂର୍ବରୁ ଖବର ଆସିଥିଲା ଯେ, ଜ୍ୟୋତି ତେଜସ୍ୱୀ ଯାଦବଙ୍କ ଦଳ କିମ୍ବା ପ୍ରଶାନ୍ତ କିଶୋରଙ୍କ ଦଳରୁ ନିର୍ବାଚନ ଲଢ଼ିପାରନ୍ତି।

ଜ୍ୟୋତି ସିଂହଙ୍କ ନାମାଙ୍କନ ପରେ କାରାକାଟ ନିର୍ବାଚନ ରୋଚକ ହୋଇଛି । ଇଣ୍ଡି ମେଣ୍ଟରୁ ଅରୁଣ ସିଂହ ପ୍ରାର୍ଥୀ ହୋଇଥିବା ବେଳେ ଏନଡିଏ ପୂର୍ବତନ ସାଂସଦ ମହାବଳୀ ସିଂହଙ୍କୁ ଟିକେଟ ଦେଇଛି । ଏବେ ଜ୍ୟୋତି ସିଂହଙ୍କ ଏଣ୍ଟ୍ରି ପରେ ତ୍ରିମୁଖୀ ଲଢ଼େଇ ହେବା ନେଇ ସ୍ପଷ୍ଟ ହୋଇଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+