୨୪ ବର୍ଷ ପୁରୁଣା କେସରେ ମେଧା ପାଟକରଙ୍କୁ ୫ ମାସ ଜେଲ ଦଣ୍ଡାଦେଶ
ନୂଆଦିଲ୍ଲୀ: ସାମାଜିକ କର୍ମୀ ତଥା ନର୍ମଦା ବଞ୍ଚାଅ ଆନ୍ଦୋଳନର ମୁଖ୍ୟ ମେଧା ପାଟକରଙ୍କୁ ୨୪ ବର୍ଷ ତଳର ଗୋଟିଏ ମାନହାନୀ କେସ୍ରେ ୫ ମାସ ଜେଲଦଣ୍ଡ ମିଳିଛି । ତତ୍କାଳୀନ କେଭିଆଇସିର ଅଧ୍ୟକ୍ଷ ତଥା ବର୍ତ୍ତମାନ ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନା କରିଥିବା ମାନହାନୀ କେସ୍ରେ ମେଧାଙ୍କୁ ଏପରି ଦଣ୍ଡ ମିଳିଛି ।
ଏଥିସହ କୋର୍ଟ ତାଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି ଏବଂ ଭି.କେ ସାକ୍ସେନାଙ୍କୁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମେଧା ପାଟକର କୋର୍ଟରେ ଜାମିନ ଆବେଦନ କରିଥିଲେ । କୋର୍ଟ ପାଟକରଙ୍କ ଦଣ୍ଡକୁ ୩୦ ଦିନ ସ୍ଥଗିତ ରଖିଛନ୍ତି । ୨୩ ବର୍ଷ ପୁରୁଣା ଅପରାଧିକ ମାନହାନୀ ମାମଲାରେ କୋର୍ଟ ଏହି ରାୟ ଦେଇଛନ୍ତି । ଏହି ମାମଲା ଦିଲ୍ଲୀର ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ସହ ଜଡିତ ।

ସୁଚନାନଚସାରେ ୨୦୦୧ ରେ, ଦିଲ୍ଲୀର ଉପରାଜ୍ୟପାଳ ନର୍ମଦା ବଚାଓ ଆନ୍ଦୋଳନ କାର୍ଯ୍ୟକର୍ତ୍ତା ମେଧା ପାଟକରଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାଏର କରିଥିଲେ । ତାଙ୍କ ଆବେଦନରେ ସେ କହିଥିଲେ ଯେ ପାଟକର ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ, ବ୍ୟଙ୍ଗାତ୍ମକ ଅଭିବ୍ୟକ୍ତି ଏବଂ ଭୁଲ୍ ଅଭିଯୋଗ ଆଣିଛନ୍ତି । ଦିଲ୍ଲୀର ସାକେତ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା ଏବଂ କୋର୍ଟ ସାମାଜିକ କାର୍ଯ୍ୟକର୍ତ୍ତା ମେଧା ପାଟକରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।












Click it and Unblock the Notifications