ଗିରଫ ହେଲେ ସମାଜସେବୀ ମେଧା ପାଟେକର, ଜାଣନ୍ତୁ କାହିଁକି?

ସମାଜସେବୀ ମେଧା ପାଟେକର ଗିରଫ ହୋଇଛନ୍ତି । ନର୍ମଦା ବଞ୍ଚାଅ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ସାମାଜିକ କର୍ମୀ ମେଧା ପାଟେକରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ୨୪ ବର୍ଷ ପୁରୁଣା ମାନହାନୀ ମକଦ୍ଦମା ଆଧାରରେ ମେଧା ଗିରଫ ହୋଇଛନ୍ତି । ଏଲଜି ବିନୟ ସକ୍ସେନା ମେଧା ପାଟକରଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଥିଲେ ।

ମେଧାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟି ଜାରି କରିଥିଲେ କୋର୍ଟ । ଆଜି ସାକେତ କୋର୍ଟରେ ହାଜର ହୋଇଥିଲେ ମେଧା ।ଫୌଜଦାରୀ ମାନହାନୀ ମାମଲାରେ ମେଧା ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି ।

୨୦୦୧ରେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ ସକ୍ସେନାଙ୍କ ଦ୍ୱାରା କରାଯାଇଥିବା ମାନହାନୀ ମାମଲାରେ କୋର୍ଟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମେଧାଙ୍କ ବିରୋଧରେ ଏନବିଡବ୍ଲୁୟ ଅର୍ଥାତ ଜାମିନ ବିହୀନ ୱାରେଣ୍ଟି ଜାରି କରିଥିଲେ । ଆସନ୍ତା ମେ ୩ରେ ଏନବିଡବ୍ଲୁ ଏବଂ ଆଗାମୀ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରକାଶ କରାଯିବ ।

Activist Medha Patkar

ମେଧା ପାଟକର ଗତବର୍ଷ ମାଜିଷ୍ଟ୍ରେଟ୍ କୋର୍ଟ ଦେଇଥିବା ଦଣ୍ଡାଦେଶ ବିରୋଧରେ ଆବେଦନ କରିଥିଲେ। ଆବେଦନରେ ତାଙ୍କୁ ଜାମିନ ଦିଆଯାଇଥିଲା । ତାଙ୍କର ପାଞ୍ଚ ମାସ ଜେଲଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜରିମାନା ସ୍ଥଗିତ ରଖାଯାଇଥିଲା। ଭାରତୀୟ ଦଣ୍ଡ ସଂହିତାର ଧାରା ୫୦୦ (ଫୌଜଦାରୀ ମାନହାନି) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା।

କହିବାକୁ ଗଲେ ବିନୟ କୁମାର ସକ୍ସେନା ୨୦୦୧ ମସିହାରେ ଏହି ମାମଲା ଦାୟର କରିଥିଲେ । ଯେତେବେଳେ ସେ ଅହମ୍ମଦାବାଦର ଏନଜିଓ 'ନ୍ୟାସନାଲ୍ କାଉନସିଲ୍ ଫର୍ ସିଭିଲ୍ ଲିବର୍ଟିଜ୍'ର ମୁଖ୍ୟ ଥିଲେ। ସକ୍ସେନା କହିଥିଲେ ଯେ ମେଧା ପାଟକର ୨୫ ନଭେମ୍ବର ୨୦୦୦ରେ ଜାରି ଏକ ପ୍ରେସ୍ ନୋଟରେ ତାଙ୍କୁ ଜଣେ କାପୁରୁଷ ଏବଂ ଦେଶ ବିରୋଧୀ ବୋଲି କହିଥିଲେ ଏବଂ ହାୱାଲା କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+