ଜଷ୍ଟିସ୍‌ ଯଶବନ୍ତ ବର୍ମାଙ୍କ ବିରୋଧରେ ମାମଲା ରୁଜୁ ଆବେଦନକୁ ସୁପ୍ରିମକୋର୍ଟଙ୍କ କଲେ ଖାରଜ

ବିଚାରପତି ଯଶବନ୍ତ ବର୍ମାଙ୍କ ବିରୋଧରେ ମାମଲା ରୁଜୁ ଦାବି କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି କି, ଏହା ପୂର୍ବରୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ୩ ବିଚାରପତିଙ୍କ ତଦନ୍ତ ରିପୋର୍ଟ ଓ ବିଚାରପତି ଯଶବନ୍ତ ବର୍ମାଙ୍କ ଜବାବକୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ନିକଟକୁ ବିଚାର ପାଇଁ ପଠାଇ ଦିଆଯାଇଛି । ଏବେ ମାମଲା ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପାଖରେ ରହିଛି । ଏହି କାରଣରୁ ଆବେଦନକାରୀ କୋର୍ଟ ଆସିବା ବଦଳରେ ସିଧା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଆବେଦନ କରିପାରିବେ ।

Justice Yashwant Varma c

ଓକିଲ ନେଦୁମପାରାଙ୍କ ତରଫରୁ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି କି, ଜଷ୍ଟିସ ବର୍ମାଙ୍କ ଘରୁ ଟଙ୍କା ମିଳିବା କଥା ପ୍ରମାଣିତ ହୋଇସାରିଛି । ଏହି କାରଣରୁ ଆଇନ ପ୍ରକ୍ରିୟା ମାଧ୍ୟମରେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେଣୁ ଏବେ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ଆବଶ୍ୟକ ।

ଏହି ମାମଲାର ଶୁଣାଣି କରି ବିଚାରପତି ଅଭୟ ଏସ ଓକ୍ ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ବେଂଚ କହିଛନ୍ତି କି, ଏହି ମାମଲା ଏବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟରେ ରହିଛି । ତେଣୁ ଏହା ଉପରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିପାରିବ ନାହିଁ । ଏହାକୁ ନେଇ ଓକିଲ ନେଦୁମପାରା ବୀରାସ୍ୱାମୀ ଜଜମେଣ୍ଟ ଉପରେ ପ୍ରଶ୍ନ ଉଠାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+