ସ୍ୱାତୀ ମାଲିୱାଲଙ୍କୁ ଅସଦାଚରଣ କରାଯାଇଥିବା ସ୍ୱିକାର କରିଲା ଆପ୍ , ସଞ୍ଜୟ କହିଲେ...
ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ସ୍ୱାତୀ ମାଲିୱାଲଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବାସଭବନରେ ଦୁର୍ବ୍ୟବହାର କରାଯିବା ସହ ମାଡ଼ ମରାଯାଇଥିବା ଘଟଣାକୁ ସ୍ୱୀକାର କରିଛି ଆମ ଆଦମୀ ପାର୍ଟି । ତେବେ ଏହାକୁ ମୁଖ୍ୟମନ୍ତ୍ରୀ କେଜରିୱାଲ ଗୁରୁତର ସହ ନେଇ ତାଙ୍କ ପିଏସ ବୈଭବ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବେ ବୋଲି ଆପ୍ କହିଛି । ଏଥିସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ଓ ସେ ତାଙ୍କ ପିଏସ୍ ବୈଭବ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବେ ବୋଲି ଆପ କହିଛି ।
ପୂରା ଘଟଣା ସୋମବାର ସକାଳେ ଘଟିଥିଲା । ମାଲିୱାଲ ସିଭିଲ ଲାଇନ୍ସ ପୁଲିସ୍ ଷ୍ଟେସନ ଯିବା ପରେ କରିବା ପରେ ସମସ୍ତେ ଘଟଣା ସମ୍ପର୍କରେ ଜାଣିଥିଲେ । ପିସିଆରକୁ ମଧ୍ୟ ଫୋନ କରି ଦୁର୍ବ୍ୟବହାର ସମ୍ପର୍କରେ ଅଭିଯୋଗ କରିଥିଲେ । ଏହାକୁ ନେଇ ବିବାଦ ଚାଲିଥିବା ବେଳେ ପ୍ରଥମଥର ପାଇଁ ଆପ ପକ୍ଷରୁ ଘଟଣାକୁ ସ୍ୱୀକାର କରାଯାଇଛି । ସେପଟେ ଆପ୍ ସାଂସଦ ସଞ୍ଜୟ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାର ସ୍ୱାତୀ ମାଲିୱାଲଙ୍କୁ ଅସଦାଚରଣ କରିଥିଲେ ।

କେଜ୍ରିୱାଲ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ପିଏଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଏବଂ ଅରବିନ୍ଦ କେଜ୍ରିୱାଲ ଏହି ପ୍ରସଙ୍ଗରେ ସ୍ୱାତୀ ମାଲିୱାଲଙ୍କ ସହ ଅଛନ୍ତି ବୋଲି ସେ କହିଛନ୍ତି ।












Click it and Unblock the Notifications