କିଏ ଏସିଏଏସ୍ ଅଧିକାରୀ ନୁପୁର ବୋରା? ଯାହାଙ୍କ ଘରୁ ୨ କୋଟି ଟଙ୍କା ଏବଂ ସୁନା ହୋଇଛି ଜବତ
ଆସାମ ସିଭିଲ୍ ସର୍ଭିସ୍ (ACS)ର ଜଣେ ମହିଳା ଅଧିକାରୀ ନୁପୁର ବୋରାଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଛି। ତଦନ୍ତ ସମୟରେ ଅଧିକାରୀମାନେ ତାଙ୍କ ଘରୁ ବିପୁଳ ପରିମାଣର ସମ୍ପତ୍ତି ପାଇଛନ୍ତି। ୨୦୧୯ ବ୍ୟାଚ୍ ଅଧିକାରୀ ନୁପୁର ବୋରା ଗତ ଛଅ ମାସ ଧରି ସ୍ୱତନ୍ତ୍ର ଭିଜିଲାନ୍ସ ସେଲର ନଜରରେ ଥିଲେ। ତାଙ୍କ ଉପରେ ଜମି କାରବାର ଆତ୍ମସାତ ଏବଂ ବିପୁଳ ପରିମାଣର ଟଙ୍କା ଗ୍ରହଣ କରିବାର ଅଭିଯୋଗ ରହିଛି। ୨ କୋଟି ଟଙ୍କା ଓ ସୁନା ଅଳଙ୍କାର ଘରୁ ମିଳିବା ପରେ ଭିଜିଲାନ୍ସ ପକ୍ଷରୁ ଆସାମ ସିଭିଲ ସର୍ଭିସ (ଏସିଏସ୍) ଅଫିସର ନୂପୁର ବୋରାଙ୍କୁ ଗିରଫ କରାଯାଇଛି।

ଗୋଲାଘାଟର ମୂଳବାସିନ୍ଦା ନୂପୁର ବୋରା ୨୦୧୯ରେ ଆସାମ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ କାମରୁପ ଜିଲ୍ଲାର ଗୋରୋଇମାରିରେ ସର୍କଲ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ସେ ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ପରେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ସ୍ପେଶାଲ ଭିଜିଲାନ୍ସ ସେଲ ପକ୍ଷରୁ ହୋଇଥିଲା ରେଡ୍। ରେଡ ବେଳେ ନୂପୁରଙ୍କ ଗୁହାଟୀ ସ୍ଥିତ ଘରୁ ନଗଦ ୯୨ ଲକ୍ଷ ଟଙ୍କା ଓ ପ୍ରାୟ ୧ କୋଟି ଟଙ୍କାର ସୁନା ଅଳଙ୍କାର ମିଳିଛି। ସେହିପରି ବାରପେଟାରେ ଥିବା ତାଙ୍କ ଭଡ଼ା ଘରୁ ଅଧିକାରୀମାନେ ଆଉ ୧୦ ଲକ୍ଷ ଟଙ୍କା ଜବତ କରିଛନ୍ତି।
ବେଆଇନ ଜମି କାରବାରରେ ସାମିଲ ଥିବା ଅଭିଯୋଗ ପରେ ନୂପୁରଙ୍କୁ ୬ ମାସ ହେଲା ଭିଜିଲାନ୍ସ ସେଲ ନିଜ ସ୍କାନରେ ରଖିଥିଲା। ଶେଷରେ ସୋମବାର ରେଡ କରି ଟଙ୍କା ଓ ଅଳଙ୍କାର ଜବତ ହୋଇଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କହିବା କଥା ଯେ ବାରପେଟ ଜିଲ୍ଲାରେ ସର୍କଲ ଅଫିସର ଭାବେ କାମ କରିବା ବେଳେ ନୂପୁର ବୋରା ବେଆଇନ ଭାବେ ସରକାରୀ ଜମିକୁ ସନ୍ଦିଗ୍ଧ ଅନୁପ୍ରବେଶଙ୍କ ନାଁରେ ପଞ୍ଜିକରଣ କରାଇଥିଲେ।












Click it and Unblock the Notifications