କଂଗ୍ରେସରୁ ବହିଷ୍କୃତ ପରେ ପ୍ରମୋଦ କୃଷ୍ଣଙ୍କ ପ୍ରଥମ ବୟାନ, କହିଲେ......
ଶନିବାର କଂଗ୍ରେସ ଅନୁଶାସନହୀନତା ଏବଂ ଦଳ ବିରୋଧର ମନ୍ତବ୍ୟ ପ୍ରଦାନ କରୁଥିବା ଅଭିଯୋଗରେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣଙ୍କୁ ଦଳରୁ ବହିଷ୍କାର କରିଛି । କଂଗ୍ରେସରୁ ବହିଷ୍କୃତ ହେବା ପରେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ରାମ ଏବଂ "ରାଷ୍ଟ୍ର" ଉପରେ "ଆପୋଷ ବୁଝାମଣା" ହୋଇପାରିବ ନାହିଁ ।
ଶନିବାର କଂଗ୍ରେସ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପରେ ପୂର୍ବତନ କଂଗ୍ରେସ ନେତା ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପୋଷ୍ଟ କରି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ତାଙ୍କର ଏହି ପୋଷ୍ଟକୁ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଟ୍ୟାଗ୍ କରିଛନ୍ତି ।
ଏହାପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେ ଭେନୁଗୋପାଲ ଏକ ବିବୃତ୍ତିରେ କହିଛନ୍ତି ଯେ ଅନିର୍ଦ୍ଦିଷ୍ଟ ତଥା ବାରମ୍ବାର ବିରୋଧୀ ମନ୍ତବ୍ୟର ଅଭିଯୋଗକୁ ଦୃଷ୍ଟିରେ ରଖି ଦଳର ସଭାପତି ମଲ୍ଲିକାର୍ଜୁନ ଖର୍ଗେ ପ୍ରମୋଦ କୃଷ୍ଣଙ୍କୁ ଦଳରୁ ବହିଷ୍କାର କରିବାର ପ୍ରସ୍ତାବକୁ ତୁରନ୍ତ ପ୍ରଭାବ ସହିତ ଅନୁମୋଦନ କରିଛନ୍ତି ।

ତେବେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ କଂଗ୍ରେସ ଛାଡି ଭାଜପାରେ ଯୋଗଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଫେବୃଆରୀ ୧୯ ରେ କଲକି ଧାମରେ ଆୟୋଜିତ ହେବାକୁ ଥିବା ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ଭାଜପା ନେତାଙ୍କୁ ସେ ନିମନ୍ତ୍ରଣ କରିଥିଲେ , କିନ୍ତୁ ସେ ଏହି କାର୍ଯ୍ୟକ୍ରମ ପାଇଁ କଂଗ୍ରେସ ନେତାମାନଙ୍କୁ ଆମନ୍ତ୍ରଣ କରିନଥିଲେ । ଏହାକୁ ତାଙ୍କର ରାଜନୈତିକ ରଣନୀତି ଭାବରେ ଦେଖାଯାଉଛି ।
ବୋଧହୁଏ ଏହି କାରଣରୁ ତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଏକ ସମୟାନୁବର୍ତ୍ତୀ ବାର୍ତ୍ତା ଦେଇଛି । ତାଙ୍କର ରାଜନୈତିକ ଅଭିଳାଷ ଭାଜପାରେ ଯୋଗଦେବା ପଛର କାରଣ ବୋଲି ଏବେ କୁହାଯାଉଛି । କୁହାଯାଉଛି ସେ ସମ୍ବଲ କିମ୍ବା ପଶ୍ଚିମ ଉତ୍ତରପ୍ରଦେଶର ନିକଟସ୍ଥ କୌଣସି ଆସନରୁ ନିର୍ବାଚନ ଲଢ଼ିବେ । ତେବେ ଅଦ୍ୟାବଧି ଭାଜପା ପକ୍ଷରୁ ଏଭଳି ବୌଣସି ବିବୃତ୍ତି ଆସି ନାହିଁ କିମ୍ବା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ଏଭଳି କିଛି କହି ନାହାନ୍ତି ।କିନ୍ତୁ ପଶ୍ଚିମ ଉତ୍ତରପ୍ରଦେଶର ଯେକୌଣସି ଆସନରୁ ଭାଜପା ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।












Click it and Unblock the Notifications