ଦିଲ୍ଲୀ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ କୋର୍ଟରେ ହାଜର
ଦିଲ୍ଲୀ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ କୋର୍ଟରେ ହାଜର । ଦିଲ୍ଲୀ କୋର୍ଟରେ ହାଜର ହେଲା ଆତଙ୍କୀ ଉମରର ସହଯୋଗୀ। ଉମରର ସହଯୋଗୀ ରସିଦ ଅଲ୍ଲୀକୁ କୋର୍ଟରେ ହାଜର କଲା NIA।
କାଶ୍ମୀରର ଅମିର ରସିଦ ଅଲ୍ଲୀକୁ କାଲି ଦିଲ୍ଲୀରୁ ଗିରଫ କରିଥିଲା NIA । ଆତ୍ମଘାତୀ ବିସ୍ଫୋରଣ ପାଇଁ ଷଡ଼ଯନ୍ତ୍ର ଅଭିଯୋଗରେ ଗିରଫ କରିଥିଲା NIA । ଦିଲ୍ଲୀ ଆସି କାର୍ କିଣି ଆତଙ୍କୀ ଆକ୍ରମଣ ପାଇଁ ପୂରା ଯୋଜନା କରିଥିଲା।

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ଘଟଣା। ଫରିଦାବାଦର ଅଲ ଫଲାହ ବିଶ୍ଵବିଦ୍ଯାଳୟ ବିରୋଧରେ ରୁଜୁ ହେଲା ମାମଲା । ଦିଲ୍ଲୀ ପୋଲିସ ପକ୍ଷରୁ ରୁଜୁ ହୋଇଛି ଏଫଆଇଆର। ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ହରିୟାଣାର ଅଲ-ଫଲାହ ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ ଦୁଇଟି ପୃଥକ ଏଫଆଇଆର ପଞ୍ଜିକୃତ କରିଛି। ଏଫଆଇଆର ରୁଜୁ ପରେ ବିଶ୍ଵବିଦ୍ୟାଳୟର ବଢିଛି ଅଡୁଆ। ପୂର୍ବରୁ ଏହି ବିଶ୍ଵବିଦ୍ୟାଳୟର ସଦସ୍ୟତା ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ AIU ଦ୍ୱାରା ପୂର୍ବରୁ ରଦ୍ଦ କରାଯାଇଛି।
ଗୋଟିଏ ଏଫଆଇଆର ଠକେଇ ଅଭିଯୋଗ ସହିତ ଜଡିତ ଥିବା ବେଳେ ଦ୍ୱିତୀୟଟି ଜାଲିଆତି ଜଡିତ ଧାରାରେ ରୁଜୁ ହୋଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସିର ଅଭିଯୋଗ ପରେ ଏହି ଏଫଆଇଆର ରୁଜୁ ହୋଇଛି। ଦିଲ୍ଲୀ ପୋଲିସ ଅଲ-ଫଲାହ ବିଶ୍ୱବିଦ୍ୟାଳୟକୁ ଏକ ନୋଟିସ ଜାରି କରିଛି। ଗତ ସପ୍ତାହରେ ଠାବ ହୋଇଥିବା ହ୍ଵାଇଟ କଲାର ଆତଙ୍କୀ ମଡ୍ୟୁଲ ଲିଙ୍କରେ ଅନେକ କାଗଜପତ୍ର ମାଗିଛି। ଏହି ମଡ୍ୟୁଲକୁ ପାକିସ୍ତାନର ଜୈଶ-ଏ-ମହମ୍ମଦ ଏବଂ ଅନସାର ଘଜୱାତ-ଉଲ-ହିନ୍ଦ ସମର୍ଥନ କରୁଥିବା ଜଣାପଡିଛି।
ଦିଲ୍ଲୀରେ ଲାଲକିଲ୍ଲା କାର ବିସ୍ଫୋରଣ ମାମଲାରେ NIA ଏକ ବଡ଼ ସଫଳତା ହାସଲ କରିଛି । ଆତ୍ମଘାତୀ ବିସ୍ଫୋରଣକାରୀର ସହଯୋଗୀ ଆମିର ରସିଦ ଅଲିଙ୍କୁ ଦିଲ୍ଲୀରେ ଗିରଫ କରାଯାଇଛି । ଜମ୍ମୁ ଓ କାଶ୍ମୀରର ସାମ୍ବୋରା (ପାମ୍ପୋର)ର ବାସିନ୍ଦା ଆମିର ଉନ୍ ନବିଙ୍କ ସହ ଷଡ଼ଯନ୍ତ୍ର କରିଥିଲେ । ଆକ୍ରମଣରେ ବ୍ୟବହୃତ କାରଟି ଆମିରଙ୍କ ନାମରେ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି ।
ଆତ୍ମଘାତୀ ଆକ୍ରମଣକାରୀଙ୍କୁ ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ (ଫରିଦାବାଦ)ର ସହାୟକ ପ୍ରଫେସର ଉମର ଉନ୍ ନବି ଭାବରେ ଚିହ୍ନଟ କରାଯାଇଛି । ନବିଙ୍କ ମାଲିକାନାରେ ଥିବା ଅନ୍ୟ ଏକ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି ଏବଂ ଫରେନସିକ୍ ପରୀକ୍ଷା ଚାଲିଛି ।
ନଭେମ୍ବର ୧୦ ତାରିଖରେ ଦିଲ୍ଲୀରେ ହୋଇଥିବା ବିସ୍ଫୋରଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୫ ଜଣ ଆହତ ହୋଇଥିଲେ । ଏନଆଇଏ ଏପର୍ଯ୍ୟନ୍ତ ୭୩ ଜଣ ସାକ୍ଷୀଙ୍କୁ ପଚରାଉଚରା କରିଛି । ଦିଲ୍ଲୀ, ଜମ୍ମୁ ଏବଂ କାଶ୍ମୀର, ହରିୟାଣା ଏବଂ ଉତ୍ତର ପ୍ରଦେଶ ପୋଲିସ ସହିତ ମିଳିତ ଭାବରେ ବିଭିନ୍ନ ରାଜ୍ୟରେ ତଦନ୍ତ ଜାରି ରହିଛି । ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବା ପାଇଁ ଏଜେନ୍ସି ଅନେକ ସୁରାକ ଉପରେ କାମ କରୁଛି ।












Click it and Unblock the Notifications