ଦିଲ୍ଲୀ ମେଟ୍ରୋରେ କେଜ୍ରିୱାଲଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଥିବା ଅଭିଯୁକ୍ତ ଗିରଫ
Arvind Kejriwal Threatening Case: ଦିଲ୍ଲୀ ମେଟ୍ରୋରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଥିବା ଅଭିଯୁକ୍ତକୁ ଗିରଫ କରାଯାଇଛି।

ଦିଲ୍ଲୀ ପୋଲିସ ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଥିବା ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଅଙ୍କିତ ଗୋୟଲ । ମେଟ୍ରୋ ଷ୍ଟେସନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଅଭିଯୁକ୍ତ ଧମକ ପୂର୍ଣ୍ଣ ବାର୍ତ୍ତା ଲେଖୁଥିବାର ଦେଖିବାକୁ ମିଳିଥିଲା । ଏହା ପରେ ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିଛି ।
दिल्ली के मुख्यमंत्री अरविंद केजरीवाल जी को सरेआम दी जा रही जान से मारने की धमकी ‼️
PMO, BJP और नरेंद्र मोदी के इशारे पर राजीव चौक, पटेल नगर मेट्रो स्टेशन पर लिखी गई धमकी।
अरविंद केजरीवाल जी को कुछ भी होता है तो इसके लिए सीधे तौर पर बीजेपी और नरेंद्र मोदी ज़िम्मेदार होंगे। pic.twitter.com/vbbybDFSfJ
— AAP (@AamAadmiParty) May 20, 2024
ଅଭିଯୁକ୍ତ ବରେଲିର ବାସିନ୍ଦା ଅଙ୍କିତ ଗୋୟଲ ସେ ଏକ ନାମୀଦାମୀ ବ୍ୟାଙ୍କରେ କାମ କରୁଥିବା ନେଇ ସୂଚନା ରହିଛି । ସେହିପରି ସେ କୌଣସି ରାଜନୈତିକ ଦଳ ସହ ଜଡିତ ନୁହଁନ୍ତି । ପୋଲିସ ସୂତ୍ର ଅନୁଯାୟୀ, ସେ କେଜ୍ରିୱାଲଙ୍କ ସମର୍ଥକ ଥିଲେ ଏବଂ ଅନେକ ରାଲିରେ ମଧ୍ୟ ଭାଗ ନେଇଥିଲେ। ତେବେ ଧମକପୂର୍ଣ୍ଣ ବାର୍ତ୍ତା ଲେଖିବାର କାରଣ ଏପର୍ଯ୍ୟନ୍ତ, ସ୍ପଷ୍ଟ ହୋଇ ନାହିଁ ।












Click it and Unblock the Notifications