ଗଙ୍ଗା ନଦୀରେ ଦୁର୍ଘଟଣା, ଗୋଟାଏ ପରିବାରରେ ୫ ନିଖୋଜ
ବିହାରର ରାଜଧାନୀ ପାଟନାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗଙ୍ଗା ଦଶହରା ଚାଲିଥିବା ବେଳେ ନଦୀରେ ଏକ ଡଙ୍ଗା ଓଲଟି ପଡ଼ିଛି । ଗଙ୍ଗା ଘାଟରେ ଗାଧୋଇବାକୁ ଯାଉଥିବା ଶ୍ରଦ୍ଧାଳୁ ଭର୍ତ୍ତି ଏହି ଡଙ୍ଗାଟି ଉମାନାଥ ଘାଟ ନିକଟରେ ଓଲଟି ପଡିଥିଲା।

ମିଳିଥିବା ସୂଚନା ଅନୁସାରେ, ଏହି ଦୁର୍ଘଟଣା ଘଟିବା ସମୟରେ ଡଙ୍ଗାରେ ୧୭ ଜଣଥିଲେ। ଡଙ୍ଗା ବୁଡ଼ିଯିବା ପରେ ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ଏ ପର୍ଯ୍ୟନ୍ତ ଅନ୍ୟ ୫ ଜଣ ନିଖୋଜ ଅଛନ୍ତି ।
ନିଖୋଜଙ୍କ ସନ୍ଧାନ ଜାରି ରହିଛି । ଏସ୍ଡିଆର୍ଏଫ୍ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଅନ୍ୟପକ୍ଷରେ ପାଟନାର ଏସଏସପି କହିଛନ୍ତି ଯେ ଡଙ୍ଗାରେ ଯାତ୍ରା କରୁଥିବା ଶ୍ରଦ୍ଧାଳୁମାନେ ଗୋଟିଏ ପରିବାରର ୧୭ ସଦସ୍ୟ । ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ପାଞ୍ଚଜଣ ସଦସ୍ୟ ନିଖୋଜ ଅଛନ୍ତି।












Click it and Unblock the Notifications