ମର୍ମନ୍ତୁଦ ସଡକ ଦୁର୍ଘଟଣା; ଟ୍ରକ୍ରେ ପିଟିହେଲା କାର୍, ୬ ମୃତ
ଗୁଜରାଟ ଭରୁଚରେ ମର୍ମନ୍ତୁଦ ଦୁର୍ଘଟଣା । ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଛି । ରାସ୍ତାରେ ଛିଡା ହୋଇଥିବା ଟ୍ରକ୍ରେ ପିଟିହେଲା ଇକୋ କାର୍ । ଦୁର୍ଘଟଣା ଏତେ ଭୟଙ୍କର ଇକୋ କାର୍ଟି ସମ୍ପୂର୍ଣ୍ଣ ଚୁରମାର ହୋଇଛି । ମୃତକଙ୍କ ମଧ୍ୟରେ ଦୁଇଜଣ ପିଲା ଏବଂ ଦୁଇଜଣ ମହିଳା ରହିଛନ୍ତି । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ଏଥିସହ ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜ କରିଥିବା ବେଳେ ମୃତକଙ୍କ ପରିବାର ଲୋକଙ୍କୁ ଏନେଇ ସୂନା ଦେଇଛି।
ତେବେ ମିଡିଆ ରିପୋର୍ଟ ମୁତାବକ, ଗତକାଲି ବିଳମ୍ବିତ ରାତିରେ ଭରୁଚର ଜମ୍ବୁସର-ଆମୋଦ ରୋଡରେ ହୋଇଛି । ତେବେ ଘଟଣାର ଶିକାର ହୋଇଥିବା ସମସ୍ତ ବ୍ୟକ୍ତି ଜମ୍ବୁସରର ବେଡଚ ଓ ପାଞ୍ଚକଡା ଗାଁ ନିବାସୀ ଥିବା ଜଣାପଡିଛି। ସମସ୍ତେ ଏକ କାରରେ ମିଶି ଶୁକ୍ଳତୀର୍ଥରେ ଚାଲିଥିବା ମେଳା ବୁଲି ଫେରୁଥିବା ବେଳେ ଘଟଣାର ଶିକାର ହୋଇଥିଲେ ।

ସେହିପରି ୪ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ପ୍ରକାଶ ଥାଉକି, ଗତକାଲି ସକାଳେ ମଧ୍ୟ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା । ରାଜ୍ୟର ଆନନ୍ଦ ଜିଲ୍ଲାର ଅହମ୍ମଦାବାଦ-ବଦୋଦରା ଏକ୍ସପ୍ରେସ ଓ୍ବେରେ ଟ୍ରକ ଓ ବସ୍ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିଲା ।
ଯେଉଁଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଥିଲେ । ଏନେଇ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।












Click it and Unblock the Notifications