ହାଇସ୍ପିଡ ନେଲା 4 ବନ୍ଧୁଙ୍କ ଜୀବନ
ବନ୍ଧୁ ସହିତ ମସ୍ତି ନେଲା 4 ଜୀବନ। କିଛି କ୍ଷଣରେ ସବୁ ଓଲଟପାଲଟ ହେଇଗଲା । ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଘଟିଛି ଏଭଳି ଏକ ଭୟଙ୍କର ସଡକ ଦୁର୍ଘଟଣା। ଯାହାର ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଲକ୍ଷ୍ନୌ: ବନ୍ଧୁ ସହିତ ମସ୍ତି ନେଲା 4 ଜୀବନ। କିଛି କ୍ଷଣରେ ସବୁ ଓଲଟପାଲଟ ହେଇଗଲା । ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଘଟିଛି ଏଭଳି ଏକ ଭୟଙ୍କର ସଡକ ଦୁର୍ଘଟଣା। ଯାହାର ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିଜ ଦାମୀ ବିଏମଡବ୍ଲ୍ୟୁ କାରରେ ବିହାରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲେ 4 ବନ୍ଧୁ । ଘଣ୍ଟାପ୍ରତି 230 ସ୍ପିଡ ଥିଲା । ହଠାତ ସାମନାରୁ ଆସୁଥିବା ଏକ କଣ୍ଟେନର ସହିତ ଧକ୍କା ହୋଇଥିଲା ଏହି କାର୍। ଆଉ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ଚାରି ବନ୍ଧୁ ।

ତେବେ ଏହି ଚାରି ଜଣ ଗାଡିର ଭିତରେ ଫେସବୁକ ଲାଇଭ କରୁଥିବା ଦେଖାଯାଇଥିଲା । ଏହି ଭୟାନକ ଦୁର୍ଘଟଣା ପରେ କାର ଇଞ୍ଜିନ ସହିତ ଚାରି ବନ୍ଧୁ କିଛି ଦୂରକୁ ଛିଟିକି ପଡିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । କିନ୍ତୁ ଗାଡିରେ ଥିବା ଯାତ୍ରୀମାନେ ମଦ୍ୟପାନ କରିଥିଲେ କି ନାହିଁ ସେନେଇ କିଛି ସ୍ପଷ୍ଟ ସୂଚନା ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ।












Click it and Unblock the Notifications