ରଥଟଣା ଦେଖୁଥିଲେ, ଭାଙ୍ଗିଗଲା ଘରର ବାଲକୋନି: ୧୦ ଆହତ
ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦରେ ରଥଯାତ୍ରା ସମୟରେ ଅଘଟଣ । ଦୁଇ ମହଲା କୋଠାର ବାଲକୋନି ଭୁଶୁଡ଼ି ପଡ଼ିବାରୁ ୧୦ ଜଣ ଆହତ ହୋଇଛନ୍ତି । ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଉଛି ।
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଭିଡ଼ିଓରେ ଦେକିବାକୁ ମିଳିଛି ଯେ, ରଥଯାତ୍ରା ଯାଉଥିବା ବେଳେ ବାଲୋକନିରେ ଠିଆ ହୋଇ ଦେଖୁଥିଲେ ଲୋକ, ହେଲେ ବାଲକୋନି ହଠାତ ଭାଙ୍ଗିପଡିଲା । ଫଳରେ ଲୋକମାନେ ଦୁଇ ମହଲା ଉପରୁ ତଳକୁ ଖସି ପଡିଲେ । ଏଥିରେ ୧୦ ଜଣ ଲୋକ ଆହତ ହୋଇଛନ୍ତି । ତଳେ ଛିଡା ହୋଇଥିବା ଲୋକ ବି ଏଥିରେ ଆହତ ହୋଇଥିଲେ ।

ତେବେ ତଳେ ରଥ ଟଣା ଦେଖୁଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ଏହି ଅଘଟଣ ପରେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଦୁର୍ଘଟଣାରେ ଆହତଙ୍କୁ ନିକଟସ୍ଥ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ୩ ଶିଶୁଙ୍କ ସମେତ ୧୦ ଜଣ ସାମିଲ ଅଛନ୍ତି ।
Accident during Rath Yatra in Ahmedabad, many injured due to balcony collapse
#Ahmedabad #AhmedabadRathyatra #Gujarat pic.twitter.com/ewsyT0bqzD
— Siraj Noorani (@sirajnoorani) June 20, 2023












Click it and Unblock the Notifications