କେରଳରେ ଫୁଟବଲ ମ୍ୟାଚରେ ଅଘଟଣା, ବାଣ ଫୁଟି ଜଳିଗଲେ ୩୦ ଦର୍ଶକ
Football Match In Kerela: ମଙ୍ଗଳବାର ରାତିରେ କେରଳରେ ମଲପ୍ପୁରମ ଜିଲ୍ଲାରେ ବଡ଼ ଅଘଟଣ । ଏକ ଫୁଟବଲ୍ ମ୍ୟାଚ୍ ସମୟରେ ବାଣ ଫୁଟାଯାଇଥିଲା ବେଳେ ବାଣ ଅନିୟନ୍ତ୍ରିତ ହୋଇ ଦର୍ଶକ ବସିଥିବା ଗ୍ୟାଲେରୀରେ ପଡିଥିଲା ମ୍ୟାଚ୍ ଆରମ୍ଭ ହେବାର ଠିକ୍ ପୂର୍ବରୁ ଏହି ଘଟଣା ଘଟିଥିଲା। ଏହି ଘଟଣାରେ ୩୦ ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି ।
ମ୍ୟାଚ୍ ପୂର୍ବରୁ ଆୟୋଜକମାନେ ଏଠାରେ ଏକ ବିଶାଳ ଆତସବାଜି ପ୍ରଦର୍ଶନର ଆୟୋଜନ କରିଥିଲେ। ବାଣ ଅନିୟନ୍ତ୍ରିତ ହୋଇ ଦର୍ଶକ ବସିଥିବା ଗ୍ୟାଲେରୀରେ ପଡିଥିଲା ଯାହା ପରେ ଲୋକଙ୍କ ମଧ୍ୟରେ ଦୌଡାଦୌଡି ଆରମ୍ଭ ହୋଇଯାଇଥିଲା । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ତିନି ଜଣ ଦର୍ଶକ ଗୁରୁତର ଭାବରେ ପୋଡ଼ିଯାଇଛନ୍ତି ଏବଂ ସେମାନଙ୍କର ଚିକିତ୍ସା ଜାରି ରହିଛି ।

କେରଳର ମଲ୍ଲପୁରମ ଜିଲ୍ଲାର ଆରିକୋଡ ନିକଟରେ ଏକ ଫୁଟବଲ୍ ମ୍ୟାଚ୍ ସମୟରେ ଏହି ଦୁର୍ଘଟଣା ଘଟିଥିଲା," ଆରିକୋଡ ପୋଲିସ ANI କୁ ସୂଚନା ଦେଇ କହିଛନ୍ତି, ଆତସବାଜି ଯୋଗୁଁ ୩୦ ଜଣ ଆହତ ହୋଇଛନ୍ତି। ଫୁଟବଲ୍ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ, ଆତସବାଜି ଫୁଟିଥିଲା, ଯାହା ପଡ଼ିଆରେ ବସିଥିବା ଦର୍ଶକଙ୍କ ଉପରେ ଯାଇ ପଡିଥିଲା । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।












Click it and Unblock the Notifications