ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ମତଦାନ ସୂଚୀରେ ନଥିବା ଲୋକେ ଆଧାର କାର୍ଡ ଦେଇ କରିପାରିବେ ଆବେଦନ

ବିହାରରେ ଚାଲିଥିବା ସ୍ପେଶାଲ ଇଣ୍ଟେନସିଭ ରିଭିଜନ(SIR) ପ୍ରସଙ୍ଗରେ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଭୋଟର ତାଲିକାରୁ ବାଦ ପଡ଼ିଥିବା ଲୋକମାନେ ଆଧାର କାର୍ଡକୁ ସ୍ଥାନୀୟ ବାସିନ୍ଦାର ପ୍ରମାଣ ଭାବେ ଉପସ୍ଥାପନ କରିପାରିବେ। ଆଧାର କାର୍ଡ ଜରିଆରେ ସେମାନେ ଭୋଟର ତାଲିକାରେ ନିଜ ନାଁକୁ ଯୋଡ଼ିବାକୁ ଆବେଦନ କରିପାରିବେ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି।

ଏସଆଇଆର ବେଳେ ନିର୍ବାଚନ କମିଶନ ସ୍ଥାନୀୟ ଭୋଟରର ପ୍ରମାଣ ଦେବାକୁ ମାଗୁଥିବା ୧୧ଟି ଦସ୍ତାବିଜ ମଧ୍ୟରେ ଆଧାର କାର୍ଡ ନଥିଲା। ଏହା ସ୍ଥାନୀୟ ବାସିନ୍ଦା ହେବାର ପ୍ରମାଣପତ୍ର ବୋଲି ନିର୍ବାଚନ କମିଶନ ଯୁକ୍ତି ରଖିଥିଲେ। ହେଲେ ଏହାକୁ ସୁପ୍ରିମକୋର୍ଟ ଗ୍ରହଣ କରି ନାହାନ୍ତି। ୧୧ ଟିକିଆ ସରକାରୀ କାଗଜପତ୍ର ତାଲିକାରେ ଆଧାର କାର୍ଡକୁ ସାମିଲ କରିବାକୁ ଆଜି ନିର୍ବାଚନ କମିଶନଙ୍କୁ କହିଛନ୍ତି ସର୍ବୋଚ୍ଚ ଅଦାଲତ।

SUPREME COURT

ବିହାରରେ 'ସ୍ପେଶାଲ ଇଣ୍ଟେନସିଭ ରିଭିଜନ' ତାଲିକାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଶୁଣାଣି କରି କୋର୍ଟ କହିଛନ୍ତି, ବାଦ ପଡ଼ିଥିବା ଭୋଟରମାନେ ୧୧ଟି ପରିଚୟ ପତ୍ର ବା ଆଧାର ସହ ପୁନଃଅନ୍ତର୍ଭୁକ୍ତି ପାଇଁ ଆବେଦନ କରିପାରିବେ। କୋର୍ଟ ବିହାରର ରାଜନୈତିକ ଦଳଗୁଡ଼ିକୁ କଡ଼ା ସମାଲୋଚନା କରି ପଚାରିଛନ୍ତି, ୬୫ ଲକ୍ଷରୁ ଅଧିକ ବାଦ ପଡ଼ିଥିବା ଭୋଟରଙ୍କୁ ସେମାନେ ସାହାଯ୍ୟ କାହିଁକି କରୁନାହାନ୍ତି। ଏହା ରାଜନୈତିକ ଦଳଗୁଡ଼ିକ ନୁହେଁ, ବରଂ ବ୍ୟକ୍ତିଗତ ସାଂସଦ ଓ ବିଧାୟକମାନଙ୍କ ଦ୍ୱାରା ଆପତ୍ତି ଉଠାଯାଇଥିବା ନିର୍ବାଚନ ଆୟୋଗ ଉଲ୍ଲେଖ କରିଛନ୍ତି। କୋର୍ଟ କହିଛନ୍ତି, "ରାଜନୈତିକ ଦଳଗୁଡ଼ିକ ନିଜର କାମ କରୁନାହାନ୍ତି। ବୁଥ୍ ଲେଭେଲ ଏଜେଣ୍ଟମାନେ କ'ଣ କରୁଛନ୍ତି? ରାଜନୈତିକ ଦଳଗୁଡ଼ିକୁ ଭୋଟରଙ୍କୁ ସାହାଯ୍ୟ କରିବାକୁ ହେବ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+