Get Updates
Get notified of breaking news, exclusive insights, and must-see stories!

ଏଲଓସିରେ ପ୍ରଶିକ୍ଷଣ ନେଉଛନ୍ତି 200 ଆତଙ୍କୀ: ରିପୋର୍ଟ

ସୀମାପାର ଆତଙ୍କବାଦ ନେଇ ଭାରତୀୟ ସୁରକ୍ଷା ବଳ ହାତରେ ଗୁରୁତ୍ବପୂର୍ଣ୍ଣ ଗୁଇନ୍ଦା ସୂଚନା ଲାଗିଛି । ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମା ତଥା ନିୟନ୍ତ୍ରଣ ରେଖାର ଅପରପାର୍ଶ୍ବରେ ସକ୍ରିୟ ରହିଛି ପ୍ରାୟ 12ରୁ ଊର୍ଦ୍ଧ୍ବ ଆତଙ୍କୀ ଶିବିର ।

ଶ୍ରୀନଗର: ସୀମାପାର ଆତଙ୍କବାଦ ନେଇ ଭାରତୀୟ ସୁରକ୍ଷା ବଳ ହାତରେ ଗୁରୁତ୍ବପୂର୍ଣ୍ଣ ଗୁଇନ୍ଦା ସୂଚନା ଲାଗିଛି । ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମା ତଥା ନିୟନ୍ତ୍ରଣ ରେଖାର ଅପରପାର୍ଶ୍ବରେ ସକ୍ରିୟ ରହିଛି ପ୍ରାୟ 12ରୁ ଊର୍ଦ୍ଧ୍ବ ଆତଙ୍କୀ ଶିବିର । ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳରେ ଏହି ସବୁ ଆତଙ୍କୀ କ୍ୟାମ୍ପ ସକ୍ରିୟ ରହିଛି । ପାକିସ୍ତାନ ସେନା ସେମାନଙ୍କୁ ଭାରତୀୟ ସୀମାରେ ଅନୁପ୍ରବେଶ କରିବା ଲାଗି ପ୍ରଶିକ୍ଷଣ ମଧ୍ୟ ଦେବାରେ ଲାଗିଛି ।

terror

ସୂଚନା ଅନୁସାରେ, ଏହି କ୍ୟାମ୍ପରେ ପ୍ରାୟ 2ଶହ ଆତଙ୍କବାଦୀ ପ୍ରଶିକ୍ଷିତ ହେଉଛନ୍ତି । ସୁଯୋଗ ଦେଖି ସେମାନେ ଏଲଓସି ଅତିକ୍ରମ କରି ଭାରତୀୟ ସୀମାରେ ପ୍ରବେଶ କରିବେ । ପାକିସ୍ତାନ ସେନାର କମାଣ୍ଡରମାନେ ତାଙ୍କୁ ସମସ୍ତ ପ୍ରକାର ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ସହଯୋଗ ମଧ୍ୟ ଯୋଗାଇବାରେ ଲାଗିଛନ୍ତି । ଏହି କ୍ୟାମ୍ପଗୁଡିକରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା, ଜୈସ-ଏ ମହମ୍ମଦ, ଜିଜବୁଲ ମୁଜାହିଦ୍ଦିନ ପ୍ରମୁଖ ଆତଙ୍କୀ ଗୋଷ୍ଠୀ ସେମାନଙ୍କ ଜିହାଦୀମାନଙ୍କୁ ଅନୁପ୍ରବେଶ ଓ ଆକ୍ରମଣ ତାଲିମ ଦେଉଛନ୍ତି । ପ୍ରତିବର୍ଷ ଶୀତ ଋତୁ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା ପାଇଁ ଉଦ୍ୟମ କରେ ।

ତୁଷାରପାତ, ଖରାପ ପାଗ, ଲୋ-ଭିଜିବିଲିଟିର ସୁଯୋଗ ନେଇ ପାକିସ୍ତାନ ଅନୁପ୍ରବେଶକାରୀମାନେ ସୀମା ପାର ହେବା ପାଇଁ ଉଦ୍ୟମ କରନ୍ତି । ଏବେ କଶ୍ମୀରରେ ପ୍ରସିଦ୍ଧ ଅମରନାଥ ଯାତ୍ରା ଜାରି ରହିଥିବା ବେଳେ ଆକ୍ରମଣ ଆଶଙ୍କାଙ୍କୁ ମଧ୍ୟ ଏଡାଯାଇ ନପାରେ । ଏପରି ସୂଚନା ପାଇବା ପରେ ସୀମା ସୁରକ୍ଷା ବଳ ଓ ଭାରତୀୟ ସେନା ପକ୍ଷରୁ ସୀମାରେ ପାଟ୍ରୋଲିଂକୁ କଡାକଡି କରାଯାଇଛି । ଯେକୌଣସି ଅନୁପ୍ରବେଶ ଗତିବିଧି ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି । ଏପରି ଉଦ୍ୟମ ନଜରକୁ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେନା ପ୍ରସ୍ତୁତ ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+